୧୯୯୮ର ହିନ୍ଦୀ ଫିଲ୍ମ 'ଚାଇନା ଗେଟ୍'ର କାହାଣୀ ଶକ୍ତିଶାଳୀ ନ ଥିଲା, କିନ୍ତୁ ଦର୍ଶକ କେବଳ ଉର୍ମିଳାଙ୍କ ନୃତ୍ୟ ’ଛମ୍ମା ଛମ୍ମା’ ଦେଖିବା ପାଇଁ ସିନେମା ହଲରେ ପହଞ୍ଚୁଥିଲେ । ଉର୍ମିଲାଙ୍କ ସେହି ଗୀତ ଆଜି ପର୍ଯ୍ୟନ୍ତ ଲୋକଙ୍କ ଓଠରେ ଅଛି । ଲୋକେ ତ ସେହି ନାଚର ପ୍ରତ୍ୟେକ ଷ୍ଟେପକୁ ଆଜି ପର୍ଯ୍ୟନ୍ତ କପି କରନ୍ତି ।