ନୂଆ ଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦର ଆଜି ନିଜର ୮୫ ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡର 'ହେମାନ' ଭାବରେ ଜଣାଶୁଣା ଧର୍ମେନ୍ଦ୍ର ୮ ଡିସେମ୍ବର ୧୯୩୫ ରେ ପଞ୍ଜାବର ନାସ୍ରାଲିରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ଚମତ୍କାର ଅଭିନୟ ଓ ଭିନ୍ନ ଷ୍ଟାଇଲ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ । କିନ୍ତୁ ବଲିଉଡର ଯାତ୍ରା ତାଙ୍କ ପାଇଁ ଏତେ ସହଜ ନଥିଲା । (ଫଟୋ ସୌଜନ୍ୟ: Instagram @aapkadharam)