କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା
Very Big Banana: ଏହି କଦଳୀ ସାଧାରଣ କଦଳୀ ଠାରୁ ଦୁଇରୁ ତିନି ଗୁଣ ବଡ଼ । ଏତେ ବଡ଼ ଯେ ତାହା ମହିଳାଙ୍କ ହାତରୁ ତାଙ୍କ କହୁଣି ପର୍ଯ୍ୟନ୍ତ ଲମ୍ବା! ସୋସିଆଲ୍ ମିଡି଼ଆ ବ୍ୟବହାରକାରୀମାନେ ମଧ୍ୟ ଏହି କଦଳୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ବେଳେବେଳେ ପ୍ରକୃତି ନିଜେ ତିଆରି କରିଥିବା ଜିନିଷ ଦ୍ୱାରା ଆମକୁ ଭିନ୍ନ ଭିନ୍ନ ଢଙ୍ଗରେ ଆଶ୍ଚର୍ଯ୍ୟ କରିଥାଏ । ଇଂଲଣ୍ଡର ସୋମର୍ସେଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ସୋସିଆଲ୍ ମିଡି଼ଆରେ ଏକ କଦଳୀର ଫଟୋ ପୋଷ୍ଟ କରିଛନ୍ତି ଯାହା ଭାଇରାଲ୍ ହେବାରେ ଲାଗିଛି । ଏହି କଦଳୀ ସାଧାରଣ କଦଳୀ ଠାରୁ ବହୁତ ବଡ଼ । ଏତେ ବଡ଼ ଯେ ଏହା ମହିଳାଙ୍କ ହାତରୁ ତାଙ୍କ କହୁଣି ପର୍ଯ୍ୟନ୍ତ! ସୋସିଆଲ୍ ମିଡି଼ଆ ବ୍ୟବହାରକାରୀମାନେ ମଧ୍ୟ ଏହି କଦଳୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଇଂଲଣ୍ଡର ବାସିନ୍ଦା ସାମ୍ ପାମରଙ୍କ ୬୫ ବର୍ଷୀୟା ମା‘ ପୌଲା ଘରର ସାମଗ୍ରୀ କିଣିବା ପାଇଁ ଏକ ଦୋକାନକୁ ଯାଇଥିଲେ । ସେ ଜିନିଷ ଧରି ଘରକୁ ଫେରିବା ପରେ ସାମ୍ ବ୍ୟାଗରୁ ସେଗୁଡ଼ିକୁ ବାହାର କଲେ । ଯେତେବେଳେ ସାମ୍ କଦଳୀଗୁଡ଼ିକୁ ଦେଖିଲେ, ତାଙ୍କ ନଜର ସବୁ ଠୁ ବଡ଼ କଦଳୀ ଉପରେ ପଡ଼ିଲା । ସାମ୍ କହିଛନ୍ତି, ‘‘ମୁଁ ମୋ’ ଜୀବନରେ କେବେ ବି ଏତେ ବଡ଼଼ କଦଳୀ ଦେଖି ନାହିଁ । ଏହା ସାଧାରଣ କଦଳୀ ଠାରୁ ଦୁଇ ବା ତିନି ଗୁଣ ଅଧିକ ଲମ୍ବା ।’’ ହେଲେ ଏହି ପ୍ରାୟ ୧୨ ଇଞ୍ଚ ଲମ୍ବର କଦଳୀଟି ବହୁତ ସ୍ୱାଦିଷ୍ଟ ଥିଲା ବୋଲି ସେ କହିଛନ୍ତି ।

ସାମ୍ ଆହୁରି କହିଛନ୍ତି ଯେ ତାଙ୍କ ମା’ ସୁପରମାର୍କେଟରୁ କଦଳୀ କିଣୁଥିବା ବେଳେ କଦଳୀର ଦୈର୍ଘ୍ୟ ଆଡ଼େ ତାଙ୍କ ଧ୍ୟାନ ଯାଇ ନ ଥିଲା । କିନ୍ତୁ ପୌଲା ଘରକୁ ଫେରିବା ପରେ ସାମ୍ ତାଙ୍କୁ ଯେତେବେଳେ ଏତେ ଲମ୍ବା କଦଳୀଟି ଦେଖାଇଲେ ସେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସାମ୍ କହିଛନ୍ତି ଯେ କିଛି ଦିନ ପୂର୍ବରୁ ସେ ବି ନିଜେ କଦଳୀ କିଣିଥିଲେ, ହେଲେ ତାହା ସାଧାରଣ କଦଳୀ ଆକାରର ଥିଲା । ତେଣୁ ସେ ଏହି ବଡ଼ କଦଳୀଟିକୁ ଅନ୍ୟ କଦଳୀ ସହିତ ତୁଳନା କରି ମାପିଥିଲେ । ତାହା ଅନ୍ୟ କଦଳୀ ତୁଳନାରେ ବହୁତ ବଡ଼ ଥିଲା । ସାମ୍ କହିଛନ୍ତି ଯେ ଏତେ ବଡ଼ କଦଳୀ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଏକା ଥରେ ପୁରା କଦଳୀଟି ଖାଇଦେଇଥିଲେ । କଦଳୀଟି ଏତେ ବଡ଼ ଥିଲା ଯେ ତାଙ୍କ କହିବା ଅନୁଯାୟୀ ତାଙ୍କର ଦୈନିକ ଆବଶ୍ୟକ ହେଉଥିବା ପୋଟାସିୟମର ସୀମା ଅତିକ୍ରମ କରିଯାଇଥିବ । (ସବୁ ଫଟୋ: thesun.co.uk)