ନୂଆ ଦିଲ୍ଲୀ: ଭାରତୀୟ ରେଳ (Indian Railway) ପାର୍ବଣ ଋତୁକୁ ଲକ୍ଷ୍ୟକରି ଶୀଘ୍ର ଆଉ ୮୦ଟି ସ୍ପେଶାଲ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର-ନଭେମ୍ବରରେ ପାର୍ବଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ପେଶାଲ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିପରେ । ଆସନ୍ତା ମାସରେ ରେଳ ମନ୍ତ୍ରଣାଳୟ ଏହିପରି ରୁଟର ଚାହିଦା ଅନୁଯାୟୀ ସ୍ପେଶାଲ ଟ୍ରେନ୍ ଘୋଷଣା କରିବ । ସୂଚନା ଯୋଗ୍ୟ ଯେ କରୋନା ମହାମାରୀର ବିସ୍ତାରକୁ ରୋକିବା ପାଇଁ ରେଳବାଇ ସମଗ୍ର ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ଦୃଷ୍ଟିରୁ ଅଧିକାଂଶ ଟ୍ରେନ୍ ବନ୍ଦ କରି ଦେଇଥିଲା ।
ସ୍ପେଶାଲ ଟ୍ରେନରେ ଉପଲବ୍ଧ ହେବ କନଫର୍ମ ଟିକେଟ୍ - ରେଳବାଇର ସୂତ୍ର ଅନୁସାରେ ଏହି ଟ୍ରେନ୍ ଗୁଡିକ ବିଦ୍ୟମାନ ସ୍ପେଶାଲ ଟ୍ରେନ୍ ଓ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଠାରୁ ଅଲଗା ଭାବେ ଚାଲିବ । ଏହି ଟ୍ରେନ୍ ଗୁଡିକରେ କନଫର୍ମ ଟିକେଟ୍ ମିଳିବ ଓ ୧୯ ଯୋଡ଼ା କ୍ଲୋନେଡ୍ ଟ୍ରେନ୍ ହାମସଫର ଏକ୍ସପ୍ରେସର ରୁଟରେ ଚାଲିବ । ଯାହାର ପ୍ରତ୍ୟକ ଟ୍ରେନରେ ୧୮ଟି କୋଚ୍ ରହିବ ଓ ଗୋଟିଏ ଯୋଡା ଟ୍ରେନରେ ୨୨ଟି କୋଚ୍ ସହିତ ଦିଲ୍ଲୀ- ଲକ୍ଷ୍ନୌ(Delhi Lucknow route) ମାର୍ଗରେ ଚାଲିବ । ରେଳ ଅଧିକାରୀଙ୍କ ଅନୁଯାୟୀ କ୍ଲୋନ୍ ଟ୍ରେନ୍ ଗୁଡିକ ବର୍ତ୍ତମାନ ଚାଲୁଥିବା ୩୧୦ଟି ଟ୍ରେନ୍ ବ୍ୟତୀତ ଅଛି । ଯାତ୍ରୀମାନଙ୍କୁ ରେଳବାଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ ।
୮୦ଟି ସ୍ପେଶାଲ ଟ୍ରେନ୍ ଘୋଷଣା କରାଯାଇପାରେ- ସୂତ୍ର ଅନୁଯାୟୀ ଆସନ୍ତା ଅକ୍ଟୋବରରେ ରେଳ ମନ୍ତ୍ରଣାଳୟ ପାର୍ବଣ ଋତୁରେ ଭ୍ରମଣ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାୟ ୮୦ଟି ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଘୋଷଣା କରିପାରନ୍ତି । ଆସନ୍ତା ମାସ ଅକ୍ଟୋବର ଓ ନଭେମ୍ବରରେ ଦଶହରା, ନବରାତ୍ରୀ, ଦୀପାବଳି, ଭାଇ ଦୂଯ ଭଳି ବଡ଼ ହିନ୍ଦୁ ପର୍ବ ଆସିବାକୁ ଯାଉଛି ଓ ଯାହାପାଇଁ ଗମନାଗମନ ପାଇଁ ଚାହିଦା ବଢୁଛି । ବିଶେଷ କରି ଉତ୍ତର ଭାରତରେ ଚାହିଦା ବୃଦ୍ଧି ପାଇବ ।
ସେପ୍ଟେମ୍ବରରେ ରେଳବାଇ ୮୦ଟି ସ୍ପେଶାଲ ଟ୍ରେନ୍ ଓ ୪୦ଟି କ୍ଲୋନ୍ ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲା । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିହାରକୁ ସଂଯୋଗ କରିଛି । କ୍ଲୋନ୍ ଟ୍ରେନ ହେଉଛି କୌଣସି ମୂଳ ଟ୍ରେନର ନାମ ଅନୁଯାୟୀ ଚାଲୁଥିବା ଦ୍ୱିତୀୟ ଟ୍ରେନ୍ । ଏହି ଟ୍ରେନ୍ ମୂଳ ଟ୍ରେନର ମାର୍ଗରେ ଚାଲିଥାଏ । ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେଗୁଡିକ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ଚାଲିଥାଏ ।