ବଲିଉଡ ଅଭିନେତ୍ରୀ ଭୂମି ପେଡନେକର (Bhumi Pednekar) ଫିଲ୍ମ 'ଦମ୍ ଲଗା କେ ହୈଶା'ର (Dum Laga Ke Haisha) ସନ୍ଧ୍ୟା ଭାବରେ ପ୍ରସିଦ୍ଧ । ଏହି ଭୂମିକାରେ ନିଜ ବଳିଷ୍ଠ ଅଭିନୟ ଯୋଗୁଁ ଭୂମି ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମ ଫେୟାର୍ ପୁରସ୍କାର ଜିତିଥିଲେ । ଭୂମି ସନ୍ଧ୍ୟା ଭୂମିକାରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଅଭିନୟ ସହ ଭୂମି ପେଡନେକର ନିଜକୁ ଏକ ଗ୍ଲାମରସ୍ ଅବତାରରେ ଗଢ଼ିବାକୁ ବି ଚେଷ୍ଟା ଜାରି ରଖିଛନ୍ତି । ଆଜିକାଲି ସୋସିଆଲ୍ ମିଡି଼ଆରେ ଭୂମିଙ୍କ କିଛି ଗରମାଗରମ୍ ଫଟୋ ଭାଇରାଲ ହେବାରେ ଲାଗିଛି।