ପ୍ରିୟାଙ୍କ ଶର୍ମାଙ୍କ ସହ ବ୍ରେକଅପ୍ ଖବର ମଧ୍ୟରେ ବୋଲ୍ଡ ପୋଜରେ ଦେଖାଦେଲେ ବେନାଫଶା ସୁନାୱାଲା
ବିକିନି ପିନ୍ଧି ପୋଜ୍ ଦେଇଥିବା ବେନାଫଶା ସୁନାୱାଲାଙ୍କ ବୋଲ୍ଡ ଅବତାର ସୋସିଆଲ ମିଡ଼ିଆରେ ତହଲକା ମଚାଇଛି । କିଛି ସମୟ ଧରି ପ୍ରିୟାଙ୍କ ଶର୍ମାଙ୍କୁ ଡେଟିଂ କରୁଥିବା ବେନାଫଶାଙ୍କର ତାଙ୍କ ସହ ବ୍ରେକଅପ୍ ହୋଇଯାଇଥିବା ଶୁଣାଯାଉଛି ।

ମୁମ୍ବାଇ: ରିୟଲିଟି ସୋ ବିଗ୍ ବସର (Big Boss) ସିଜିନ୍ ୧୧ ରେ ଜବରଦସ୍ତ ଚର୍ଚ୍ଚାରେ ଥିବା ଭିଜେ (VJ) ବେନାଫଶା ସୁନାୱାଲା (Benafsha Soonawalla) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ବିଗ୍ ବସ୍ ସମୟରୁ ସେ ଅଭିନେତା ତଥା ମଡେଲ୍ ପ୍ରିୟାଙ୍କ ଶର୍ମାଙ୍କର ଜଣେ ଭଲ ବନ୍ଧୁ ଥିଲେ । ଉଭୟ କିଛି ସମୟ ଧରି ଡେଟିଂ କରୁଥିବାର ଶୁଣାଯାଉଥିଲା, ଆଉ ଏବେ ସେମାନଙ୍କ ବ୍ରେକଅପ୍ ହୋଇଥିବା ବି ଶୁଣାଯାଉଛି । ଏହି ବ୍ରେକଅପ୍ ଖବର ମଧ୍ୟରେ ବେନାଫଶା ସୁନାୱାଲା ନିଜ ବୋଲ୍ଡ ଅବତାରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ନିଜର କେତେକ ବୋଲ୍ଡ ବିକିନି ଫଟୋ (Bikini Photo) ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଫଟୋଗୁଡ଼ିକରେ ବେନାଫଶା ଝଟକୁଥିବା ଦେଖାଯାଉଛି ।

ବେନାଫଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍ କରିଥିବା ବିକିନିରେ ଫଟୋଗୁଡ଼ିକ ମଧ୍ୟରୁ କେତେକରେ ସେ ଗୋଲାପୀ ବିକିନି ପିନ୍ଧିଥିବା ଦେଖାଯାଇଛନ୍ତି । ଏହି ଫଟୋରେ ସେ ନିଜ ବାଳରେ ଧଳା ଫୁଲ ବି ଲଗେଇଛନ୍ତି ।

ବେନାଫଶା ବାଥ୍ ଟବ୍ ନିକଟରେ ବସିଥିବା ଏକ ଫଟୋ ବି ଶେୟାର କରିଛନ୍ତି । ଏହି ଫଟୋରେ ସେ ଏକ ସବୁଜ ଓ ଗୋଲାପୀ ବିକିନିରେ ମସ୍ତି ଭରା ମୁଡରେ ନଜର ଆସିଛନ୍ତି । ତାଙ୍କ ହାତରେ ଏକ ଫଳ ଥାଳି ବି ଅଛି ।

ସେ ଧଳା ଓ ନାଲି ବିକିନିରେ ବି ଏକ ମଜାଦାର୍ ଶୈଳୀରେ ପୋଜ୍ ଦେଇଛନ୍ତି । ଏହି ଫଟୋ ଶେୟାର କରିବା ବେଳେ ବେନାଫଶା ଲେଖିଛନ୍ତି, ‘‘ମୁଁ ସମୁଦ୍ର କୂଳ ପାଇଁ ଜନ୍ମ ହୋଇଛି ।’’

ବେନାଫଶା ଏହି ସବୁ ଫଟୋରେ ବୋଲ୍ଡ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହି ଶୈଳୀରେ ସେ ବହୁତ ଖୁସି ଥିବା ଦେଖାଯାଉଛନ୍ତି ।

ବେନାଫଶାଙ୍କ ଏହି ଫଟୋଗୁଡ଼ିକୁ ଦେଖି ଜଣାପଡ଼ୁଛି ଯେ ସେ ଛୁଟି ବିତାଇବାକୁ ଯାଇଛନ୍ତି । ଏହି ଫଟୋଗୁଡ଼ିକୁ ଶେୟାର କରିବା ବେଳେ ସେ କେଉଁଠାକୁ ବୁଲିବାକୁ ଯାଇଛନ୍ତି ତାହା ବି କହିଛନ୍ତି । ଫଟୋ ଶେୟାର କରି ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘‘ମୋ’ର ଛୋଟ ଗୋଆର ସ୍ୱର୍ଗରୁ ଶୁଭେଚ୍ଛା ।’’