ଟିମ୍ ଇଣ୍ଡିଆ ସହିତ ଏକ ନୂଆ ଯୁଗ ଆରମ୍ଭ କରିବା ପୂର୍ବରୁ, ବିସିସିଆଇ କହିଲା- #ThankYouMSDhoni
ଏମଏସ ଧୋନିଙ୍କ (MS Dhoni) ଅବସର ପରେ ଟିମ୍ ଇଣ୍ଡିଆ (Team India) ତାର ପ୍ରଥମ ସିରିଜ୍ ଖେଳିବାକୁ ପ୍ରସ୍ତୁତ ହେଉଛି । ବିରାଟ କୋହଲିଙ୍କ (Virat Kohli) ନେତୃତ୍ୱରେ ଦଳ ଆଇପିଏଲ ୨୦୨୦ (IPL 2020) ଶେଷ ହେବା ମାତ୍ରେ ଅଷ୍ଟ୍ରେଲିଆ ଗସ୍ତ କରିବ ।

ନୂଆ ଦିଲ୍ଲୀ: ଆଇପିଏଲର ୧୩ ତମ ସିଜିନ ଆରମ୍ଭ ହେବାର ପ୍ରାୟ ଏକ ମାସ ପୂର୍ବରୁ ଏମଏସ ଧୋନି ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଗତ ବର୍ଷ ବିଶ୍ୱକପ ପରଠାରୁ ଧୋନି କ୍ରିକେଟ୍ରୁ ଦୂରେଇ ରହିଥିଲେ ଓ ୧୫ ମାସ ଦୂରରେ ରହିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଇଥିଲେ । ଯଦିଓ ସେ ଏବେବି ଆଇପିଏଲ୍ ଖେଳୁଛନ୍ତି ।

ଧୋନିଙ୍କ ଅବସର ପରେ ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଏହାର ପ୍ରଥମ ସିରିଜ୍ ଖେଳିବ । ସୋମବାର ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଧୋନିଙ୍କ ବିନା ୩୨ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି । ଦଳ ଘୋଷଣା ପରେ ବିସିସିଆଇ ଧୋନିଙ୍କୁ ଅଭିବାଦନ ଜଣାଇଛି ।

ଧୋନି ବର୍ତ୍ତମାନ ୟୁଏଇରେ ଆଇପିଏଲରେ ବ୍ୟସ୍ତ ଅଛନ୍ତି ଓ ଆଇପିଏଲ ଶେଷ ହେବା ପରେ ଦୁବାଇରୁ ସିଡନୀ ଅଭିମୁଖେ ଯାତ୍ରା କରିବାକୁ ଥିବା ଭାରତୀୟ ଦଳର ସେ ଅଂଶ ନୁହଁନ୍ତି । ଭାରତୀୟ କ୍ରିକେଟ୍ ସହିତ ଏକ ନୂତନ ଯୁଗ ଆରମ୍ଭ କରିବା ପୂର୍ବରୁ ବିସିସିଆଇ ଧୋନିଙ୍କୁ ଅଭିବାଦନ ଜଣାଇ ଟ୍ୱିଟରର କଭର ଫଟୋ ବଦଳାଇ ଦେଇଛି ।

ବିସିସିଆଇର ହ୍ୟାସଟ୍ୟାଗ୍ #ThankYouMSDhoni ଲଗାଇଲା । ବିସିସିଆଇର ଏହି କଭର ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି ।