ରାଜସ୍ଥାନ କ୍ୟାଡର ଆଇଏଏସ୍ ଟିନା ଡାବି ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡ଼ିଆରେ ଟିନାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି। ଲୋକ ସେମାନଙ୍କ ସହ ଜଡିତ ଅନେକ କଥା ଜାଣିବାକୁ ସୁବବେଳେ ଆଗ୍ରହୀ ଥାନ୍ତି। ଟିନା ମଧ୍ୟ ନିଜ ବ୍ୟକ୍ତିଗତ ଏବଂ ପ୍ରୋଫେସନାଲ ଜୀବନ ସହିତ ଜଡିତ ଜିନିଷ ଅପଡେଟ କରନ୍ତି। ହେଲେ ଆପଣ ଜାଣନ୍ତି କି ଟିନା ଡାବି ବ୍ୟତୀତ କିଛି ଲେଡି ଆଇଏଏସ୍ ଅଧିକାରୀ ଅଛନ୍ତି, ଯେଉଁମାନେ ଲୋକଙ୍କ ମଧ୍ୟରେ ବେଶ୍ ଜଣାଶୁଣା। ଏହି ଅଧିକାରୀମାନେ ସେମାନଙ୍କର ସୁନ୍ଦରତା ଏବଂ କାମ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।
ସେହିପରି ଜଣେ ସୁନ୍ଦରୀ ଆଇଏଏସ ଅଧିକାରୀଙ୍କ ବିଷୟରେ ଆମେ କହିବାକୁ ଯାଉଛି। ଯିଏ ମାତ୍ର ୨୨ ବର୍ଷ ବୟସରେ ଆଇଏଏସ ହୋଇଥିଲେ। ତାଙ୍କ ନାମ ସ୍ମିତା ସଭରୱାଲ। ଆଇଏଏସ୍ ଅଧିକାରୀ ଭାବରେ ଆଦର୍ଶ କାର୍ଯ୍ୟ ପାଇଁ ସ୍ମୃତି ସାବରୱାଲ ଅନେକ ପ୍ରଶଂସା ଅର୍ଜନ କରିଛନ୍ତି। ସେ ସମଗ୍ର ଦେଶରେ ଆଇଏଏସ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏକ ପ୍ରେରଣା। ସ୍ମିତା ହେଉଛି ୨୦୦୦ ବ୍ୟାଚର ଆଇଏଏସ ଟପ୍ପର। ସେ ଚତୁର୍ଥ ରାଙ୍କ ହାସଲ କରିଥିଲେ।
ସ୍ମିତା ଅବସରପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ପି.କେ ଦାସ ଏବଂ ପୁରବି ଦାସଙ୍କ ଝିଅ। ସେ ହାଇଦ୍ରାବାଦର ସେଣ୍ଟ ଆନ୍, ମାର୍ରେଡପାଲୀରୁ ଦ୍ୱାଦଶ ଶେଷ କରିଥିଲେ। ସେ ତାଙ୍କ ଦ୍ୱାଦଶ ଶ୍ରେଣୀ (ଆଇସିଏସଇ ବୋର୍ଡ) ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ପରେ ସେ ସେଣ୍ଟ ଫ୍ରାନ୍ସିସ୍ କଲେଜ ଫର ୱୁମେନରୁ ବି.କମ୍ କରିଥିଲେ। ଆଇଏଏସ ପରୀକ୍ଷାର ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ। ୨୦୦୦ରେ ସେ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେଇଥିଲେ। ଏଥର ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଚତୁର୍ଥ ରାଙ୍କ ହାସଲ କରିଥିଲେ। ସେ ୨୨ ବର୍ଷ ବୟସରେ ଏହି ସଫଳତା ପାଇଥିଲେ। ଯାହା ଅନେକଙ୍କ ପାଇଁ କୌଣସି ବଡ଼ ସ୍ବପ୍ନଠୁ କମ୍ ନୁହେଁ।
ସ୍ମିତା ତେଲେଙ୍ଗାନା କ୍ୟାଡର ଆଇଏଏସ୍ ପାଇଁ ତାଲିମ ନେଇଥିଲେ। ସେ ଚିତୁରରେ ସବ୍-କଲେକ୍ଟର ଥିଲେ। ଏହା ବ୍ୟତୀତ ସେ କୁଡପା ଗ୍ରାମୀଣ ବିକାଶ ଏଜେନ୍ସିର ପ୍ରକଳ୍ପ ନିର୍ଦ୍ଦେଶକ, ୱାରଙ୍ଗାଲର ମ୍ୟୁନିସିପାଲିଟି କମିଶନର ତଥା କୁର୍ନୁଲର ଯୁଗ୍ମ କଲେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି। ଯେଉଁଠାରେ ବି ସ୍ମିତାଙ୍କର ପୋଷ୍ଟିଂ କରାଯାଇଥିଲା, ସେଠାରେ ସେ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କର ଭାବମୂର୍ତ୍ତି ସରକାରୀ କର୍ମଚାରୀଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚିତ।