ଜଣେ ଅଟୋରିକ୍ସା ଡ୍ରାଇଭରକୁ ତା’ ପତ୍ନୀ ଓ ତାଙ୍କ ପ୍ରେମିକ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହି ପ୍ରେମିକ ଓ ତା’ର ଜଣେ ସମ୍ପର୍କୀୟଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ହତ୍ୟା ପରେ ମୃତ ଅଟୋ ଡ୍ରାଇଭର୍ କାର୍ତ୍ତିକର ସ୍ତ୍ରୀ ରଞ୍ଜିତା ଫେରାର୍ ହୋଇଯାଇଛି । ଏହି ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ । (ଫଟୋରେ କାର୍ତ୍ତିକ ଓ ତା’ ସ୍ତ୍ରୀ ରଞ୍ଜିତା)
କାର୍ତ୍ତିକ ଓ ରଞ୍ଜିତା ୨୦୧୬ରେ ବିବାହ କରିଥିଲେ । କାର୍ତ୍ତିକର ଘନିଷ୍ଠ ବନ୍ଧୁ ସଞ୍ଜୁ ବି ଜଣେ ଅଟୋ ଡ୍ରାଇଭର । ସେ ଏହି ଦମ୍ପତିଙ୍କ ସହ ଗୋଟିଏ ଘରେ ରହୁଥିଲା । କାର୍ତ୍ତିକ ଓ ସଞ୍ଜୁ ଗୋଟିଏ ଅଟୋକୁ ଚଳାଉଥିଲେ । କାର୍ତ୍ତିକ ସାଧାରଣତଃ ରାତିରେ ଅଟୋ ଚଳାଉଥିଲେ । ଜୁଲାଇ ୨୯, ୨୦୨୧ ସନ୍ଧ୍ୟାରେ ସେ ଆଉ ଘରକୁ ଫେରି ନ ଥିଲା । ତା’ ପତ୍ନୀ ରଞ୍ଜିତା ପୋଲିସ ନିକଟରେ ଏକ ନିଖୋଜ ବ୍ୟକ୍ତି ରିପୋର୍ଟ ଅଗଷ୍ଟ ୨ରେ ଦାଖଲ କରିଥିଲା । (ଫଟୋରେ ରଞ୍ଜିତା ଓ ତା’ ପ୍ରେମିକ ସଞ୍ଜୁ)
ପୋଲିସ ଅନୁସନ୍ଧାନରୁ ଜଣାପଡି଼ଛି ଯେ କାର୍ତ୍ତିକକୁ ତା’ ସ୍ତ୍ରୀ ରଞ୍ଜିତା, ତା’ ପ୍ରେମିକ ସଞ୍ଜୁ ଓ ତା’ ସମ୍ପର୍କୀୟ ସୁବ୍ରମନ୍ୟା ମିଶି ହତ୍ୟା କରିଥିଲେ । ପରେ ସଞ୍ଜୁ ଓ ସୁବ୍ରମଣ୍ୟ୍ୟକୁ ଗିରଫ କରାଯାଇଥିଲା, ହେଲେ ରଞ୍ଜିତା ଖସି ପଳାଇ ଯାଇଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ ସଞ୍ଜୁ ଓ ରଞ୍ଜିତାଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ଥିଲା ଓ କାର୍ତ୍ତିକଙ୍କୁ ରାସ୍ତାରୁ ହଟାଇବା ପାଇଁ ସେମାନେ ଷଡଯନ୍ତ୍ର କରିଥିଲେ।