କରୀନା କପୁରଙ୍କ ଜଲ୍ଦି ଆସୁଥିବା ସନ୍ତାନ ପୁଅ ହେବ ନା ଝିଅ? ଜ୍ୟୋତିଷ କହିଲେ ଏହି କଥା
ସୋସିଆଲ ମିଡି଼ଆରେ ଚର୍ଚ୍ଚା ହେଉଛି ଯେ କରୀନାଙ୍କୁ ସନ୍ତାନ ପ୍ରସବ କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, କିନ୍ତୁ ସୋସିଆଲ ମିଡିଆରେ କରୀନାଙ୍କ ପୋଷ୍ଟ ଓ ଇନଷ୍ଟା ଷ୍ଟୋରୀ ଅନୁସାରେ ସେ ଘରେ ଅଛନ୍ତି ।

ମୁମ୍ବାଇ: ସାଧାରଣ ନାରୀ ହୁଅନ୍ତୁ ବା କୌଣସି ସେଲିବ୍ରିଟି, ମା’ ହେବାର ଅନୁଭବ ସମସ୍ତଙ୍କ ପାଇଁ ଅତି ସ୍ୱତନ୍ତ୍ର । ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ (Kareena Kapoor Khan) ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବାରୁ ସେ ନିଜେ ଓ ତାଙ୍କ ପୂରା ପରିବାର ସମେତ ତାଙ୍କ ପ୍ରଶଂସକମାନେ ନୂଆ ଅତିଥି ପାଇଁ ଖୁବ୍ ଉତ୍ସାହିତ ।

ସୋସିଆଲ ମିଡି଼ଆରେ ଚର୍ଚ୍ଚା ହେଉଛି ଯେ କରୀନାଙ୍କୁ ସନ୍ତାନ ପ୍ରସବ କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, କିନ୍ତୁ ସୋସିଆଲ ମିଡିଆରେ କରୀନାଙ୍କ ପୋଷ୍ଟ ଓ ଇନଷ୍ଟା ଷ୍ଟୋରୀ ଅନୁସାରେ ସେ ଘରେ ଅଛନ୍ତି ।

କରୀନା କପୁର ଖାନଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ (Kareena Kapoor Khan delivery) ତାଙ୍କ ଘରକୁ ଉପହାର ଆସିବା ଆରମ୍ଭ ହୋଇଛି ।

କରୀନା ପୁ୍ଅ ନା ଝିଅ ଜନ୍ମ ଦେବେ ସେ ବିଷୟରେ ତାଙ୍କ ପ୍ରଶଂସକମାନେ ଚର୍ଚ୍ଚା କରୁଥିବା ବେଳେ ଜଣେ ଜ୍ୟୋତିଷ ଏକ ଭବିଷ୍ୟବାଣୀ କରିଛନ୍ତି । ଜ୍ୟୋତିଷ କରୀନା କପୁର ଖାନ (Kareena Kapoor Khan) ଓ ସୈଫ ଅଲି ଖାନଙ୍କ (Saif Ali Khan) ଦ୍ୱିତୀୟ ଶିଶୁ ବିଷୟରେ ଭବିଷ୍ୟବାଣୀ କରିଛନ୍ତି ।

ଏହି ଜ୍ୟୋତିଷ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଘରକୁ ଆସିଥିବା ଛୋଟ ଅତିଥି ବିଷୟରେ ବି ଭବିଷ୍ୟବାଣୀ କରିଥିଲେ ।

ପୂର୍ବରୁ କୁହାଯାଉଥିଲା ଯେ କରୀନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି, କିନ୍ତୁ ସେହି ସମୟ ଏବେ ଆସି ପହଞ୍ଚିଛି ।

ଗୁରୁବାର ଦିନ ସୈଫ ଅଲି ଖାନ୍ ମୁମ୍ବାଇରେ ନିଜ ଘର ବାହାରେ କିଛି ଖେଳନା ଧରିଥିବାର ନଜର ଆସିଥିଲେ । ସୈଫ ଅଲି ଖାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ ପ୍ରଶଂସକମାନେ ଶିଶୁ ବିଷୟରେ ଅନେକ କଳ୍ପନାଜଳ୍ପନା ମଧ୍ୟ କରୁଛନ୍ତି ।

କରୀନାଙ୍କ ଦ୍ୱିତୀୟ ଶିଶୁର ଜନ୍ମ ପୂର୍ବରୁ ତାଙ୍କ ପ୍ରଶଂସକମାନେ ଗୋଲାପୀ ଓ ନୀଳ ରଙ୍ଗର ଅନେକ ପ୍ୟାକେଟ ତାଙ୍କ ଘରକୁ ପଠାଉଛନ୍ତି ।