ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଏହି ବନ୍ୟା ଦ୍ୱାରା ଏ ପର୍ଯ୍ୟନ୍ତ ରାଜ୍ୟର ୩୩ଟି ଜିଲ୍ଲାରେ ୩,୨୧୮ଟି ଗାଁ ଓ ମୋଟ ୩୯,୭୯,୫୬୩ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର, ଧନସିରୀ, ଜିଆ ଭରଲୀ, କୋପିଲି, ବେକି ଓ କୁଶିଆରା ଭଳି ପ୍ରମୁଖ ନଦୀରେ ଜଳ ବିପଦ ସ୍ତରର ଉପରକୁ ପ୍ରବାହିତ ହେଉଛି । ଆସାମ ସରକାର ରାଜ୍ୟର ୨୪ଟି ଜିଲ୍ଲାରେ ୭୪୮ଟି ରିଲିଫ କ୍ୟାମ୍ପ ସ୍ଥାପନ କରିଛନ୍ତି । ସେଠାରେ ୪୯,୩୨୩ ଜଣ ଲୋକ ଆଶ୍ରୟ ନେଉଛନ୍ତି । ମୁଖ୍ୟ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଗୁରୁବାର ଦିନ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ । ସେଠି ୭୬ଟି ପ୍ରାଣୀ ହରିଣ ବନ୍ୟା ଜଳରେ ବୁଡ଼ିଯିବା ଓ ଗାଡ଼ି ଧକ୍କା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ୟୁନେସ୍କୋ (UNESCO) ବିଶ୍ୱ ଐତିହ ସ୍ଥଳର ସଂଲଗ୍ନ ଅଞ୍ଚଳରେ ରହୁଥିବା ଲୋକେ ପଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବନ ବିଭାଗକୁ ସହାୟତା କରୁଥିବାରୁ ସରକାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ବନ୍ୟା ସମୟରେ ପାର୍କର ପଶୁମାନେ, ବିଶେଷ କରି ହାତୀ ଓ ହରିଣମାନେ, ପଡୋଶୀ କର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାର ପାହାଡ଼କୁ ଚାଲିଯାଆନ୍ତି । ବନ୍ୟା ଜଳ କମିଯିବା ପରେ ସେମାନଙ୍କ ସୁରକ୍ଷା ତଥା ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପଦକ୍ଷେପ ନେବାକୁ ସୋନୋୱାଲ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।