ଅରବାଜ୍ ଖାନଙ୍କ ଗର୍ଲଫ୍ରେଣ୍ଡ ବୋଲ୍ଡ ଷ୍ଟାଇଲରେ: ଛୋଟ ଡ୍ରେସରେ ନିଜ ଟାଟୁ ଦେଖାଇଲେ
ମଲାଇକା ଅରୋଡ଼ାଙ୍କ ସହ ଛାଡ଼ପତ୍ର ହେବା ପରେ ଅରବାଜ ଖାନ ଓ ଜର୍ଜିଆ ଆଣ୍ଡ୍ରିଆନିଙ୍କ ବିବାହ ବିଷୟରେ ବାରମ୍ବାର ଚର୍ଚ୍ଚା ହେଉଛି । ଦୁହେଁ ନିଜ ସମ୍ପର୍କର ଖବରକୁ ଗଣମାଧ୍ୟମରୁ ଯଦିଓ କେବେ ଲୁଚାଇ ନାହାଁନ୍ତି, କିନ୍ତୁ ବିବାହ ବିଷୟରେ କେବେ କିଛି କହି ନାହାଁନ୍ତି ।

ଇଟାଲିଆନ୍ ମଡେଲ ତଥା ଅଭିନେତ୍ରୀ ଜର୍ଜିଆ ଆଣ୍ଡ୍ରିଆନି (Georgia Andriani) ନିଜ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଛନ୍ତି । ତାଙ୍କ ଫଟୋଗୁଡ଼ିକ ଯୋଗୁଁ ବି ସେ ଖୁବ୍ ଚର୍ଚ୍ଚିତ । କିନ୍ତୁ ଯେବେ ଠାରୁ ତାଙ୍କ ନାମ ଅରବାଜ ଖାନଙ୍କ (Arbaz Khan) ସହ ଯୋଡ଼ିଲାଣି ସେ ହେଡଲାଇନରେ ରହିବା ଆରମ୍ଭ କରିଛନ୍ତି । ଏବେ ଏହି ଦୁଇ ଜଣଙ୍କ ସମ୍ପର୍କର ଖବର କାହାଠାରୁ ଲୁଚି ରହି ନାହିଁ । ମଲାଇକା ଆରୋଡ଼ାଙ୍କ (Malaika Arora) ସହ ଛାଡ଼ପତ୍ର ହେବା ପରେ ଅରବାଜ ଖାନ ଓ ଜର୍ଜିଆ ଆଣ୍ଡ୍ରିଆନିଙ୍କ ବିବାହ ବିଷୟରେ ବାରମ୍ବାର ଚର୍ଚ୍ଚା ହେଉଛି । ଦୁହେଁ ନିଜ ସମ୍ପର୍କର ଖବରକୁ ଗଣମାଧ୍ୟମରୁ ଯଦିଓ କେବେ ଲୁଚାଇ ନାହାଁନ୍ତି, କିନ୍ତୁ ବିବାହ ବିଷୟରେ କେବେ କିଛି କହି ନାହାଁନ୍ତି । ଏବେ ଜର୍ଜିଆଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଜର୍ଜିଆ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ଜର୍ଜିଆ ନିଜ ପ୍ରିୟ ଲୋକଙ୍କ ସହିତ କ୍ରମାଗତ ଭାବରେ ସଂଯୁକ୍ତ ରହିଥା’ନ୍ତି ।

ଜର୍ଜିଆ ଲଗାତର ନିଜ ସଦ୍ୟ ଫଟୋ ସେୟାର କରୁଛନ୍ତି । ଏହି କ୍ରମରେ ସେ ଇନଷ୍ଟାରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି ।

ଜର୍ଜିଆଙ୍କ ଏହି ଫଟୋଗୁଡ଼ିକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଚାରି ଘଣ୍ଟା ମଧ୍ୟରେ ଏହି ଫଟୋଗୁଡ଼ିକୁ ୧୧ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି ।

ନିକଟରେ ଜର୍ଜିଆ ଆଣ୍ଡ୍ରିଆନି ଖୋଲାଖୋଲି ଭାବେ ଅରବାଜ ଖାନଙ୍କ ସହ ବିବାହ ବିଷୟରେ କହିଥିଲେ । ଜର୍ଜିଆଙ୍କ ଅନୁଯାୟୀ ସେ ବିବାହର ଗୁଜବକୁ ଆଦୌ ମାଇଣ୍ଡ୍ କରନ୍ତି ନାହିଁ କାରଣ ସେ କେବେ ବି କାହା ସହ ସମ୍ପର୍କ ଲୁଚାଇ ନାହାଁନ୍ତି । କିନ୍ତୁ ଯେତେବେଳେ ଜଣେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ଜଡ଼ିତ ହୁଅନ୍ତି, ତାଙ୍କ ବିଷୟରେ ଚର୍ଚ୍ଚା ହେବା ତ ଏକ ସାଧାରଣ କଥା । (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ giorgia.andriani22)