ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସୁନ୍ଦର ଫଟୋ ଭାଇରାଲ ହେଲା; ଘଣ୍ଟାକରେ ୨୩ ଲକ୍ଷ ଲାଇକ୍!
ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ୱାମୀ ବିରାଟ କୋହଲି ନିଜ କୁନି ଝିଅ ବାମିକାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଝିଅଟିକୁ ଏବେ ଦୁଇ ମାସ ବୟସ ହୋଇଛି । ବିରାଟ କହିଛନ୍ତି ଯେ ଅନୁଷ୍କା ଜଣେ ’’ଶକ୍ତିଶାଳୀ ମହିଳା’’ ।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଓ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ଝିଅ ବାମିକାଙ୍କୁ (Vamika) ଦୁଇ ମାସ ବୟସ ହୋଇଛି । ଅନୁଷ୍କା ଗୋଟିଏ କେକରେ ଦୁଇଟି ମହମବତୀ ଥିବା ଫଟୋ ଶେୟାର୍ କରିଥିବା ବେଳେ ଏହାର ମାତ୍ର ଘଣ୍ଟାକ ପୂର୍ବରୁ ବିରାଟ ଅନୁଷ୍କାଙ୍କ ସହ ନିଜର ଏକ ଫଟୋ ଶେୟାର୍ କରିଥିଲେ । ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ virat.kohli)

ଗୋଟେ ଘଣ୍ଟା ମଧ୍ୟରେ ଇନଷ୍ଟାଗ୍ରାମରେ ବିରାଟଙ୍କ ଶେୟାର୍ କରିଥିବା ଫଟୋକୁ ୨୩ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ।

ଲୋକେ ଏହି ଫଟୋ ଉପରେ କ୍ରମାଗତ ଭାବେ ମନ୍ତବ୍ୟ ଦେଉଛନ୍ତି ଓ ଉଭୟ ବିରାଟ ଓ ଅନୁଷ୍କା ଶର୍ମାଙ୍କ ଫଟୋକୁ ପ୍ରଶଂସା କରୁଛନ୍ତି ।

ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ (International Women’s Day) ଅବସରରେ ଅନୁଷ୍କା ନିଜ ଝିଅ ସହିତ ଏକ ଫଟୋ ଶେୟାର୍ କରିଥିଲେ ।

ବିରାଟ କୋହଲି ଅନ୍ତର୍ଜାତୀୟ ମହିଳା ଦିବସରେ ଅନୁଷ୍କା ଶର୍ମା ଓ ନିଜ ଝିଅ ବାମିକାଙ୍କ (Vamika) ଫଟୋ ଶେୟାର୍ କରି ଅନୁଷ୍କାଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି ବର୍ଣ୍ଣନା କରିଥିଲେ ।

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଜାନୁଆରୀ ୧୧ରେ ଏହି ଝିଅର ପିତାମାତା ହୋଇଥିଲେ । ସେ ଏହି ଦମ୍ପତିଙ୍କ ପ୍ରଥମ ସନ୍ତାନ । ବିରାଟ କୋହଲି ନିଜ ସୋସିଆଲ ମିଡି଼ଆ ଆକାଉଣ୍ଟରେ ଏହି ସୂଚନା ଦେଇଥିଲେ ।

ଉଭୟ ଅନୁଷ୍କା ଓ ବିରାଟ ସୋସିଆଲ୍ ମିଡ଼ିଆରେ ବହୁତ ସକ୍ରିୟ । ସେମାନେ ପ୍ରାୟ ପ୍ରତି ଦିନ ଫଟୋ ଶେୟାର୍ କରନ୍ତି ।