
ଆଇପିଏଲରେ ଯଦିଓ ବିରାଟ କୋହଲିଙ୍କ ଦଳ ଆରସିବିର ଯାତ୍ରା ପ୍ଲେ ଅଫରେ ଶେଷ ହୋଇଯାଇଛି କିନ୍ତୁ ଭାରତୀୟ ଅଧିନାୟକ ଏବେ ତାଙ୍କର ଦ୍ୱିତୀୟ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ହେଉଛନ୍ତି । (RCB TWITTER)

କୋହଲିଙ୍କ ସମେତ ସମଗ୍ର ଦଳ ଅଷ୍ଟ୍ରେଲିଆ ପ୍ରସ୍ତୁତ ହେଉଛନ୍ତି । ଏହା ପୂର୍ବରୁ ଭାରତୀୟ ଅଧିନାୟକ ଏହି ଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା ଓ ତାଙ୍କ ପତ୍ନୀ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହାକୁ ସମସ୍ତଙ୍କୁ ଦେଖାଇଥିଲେ । (Virat Kohli Instagram)

ଅନୁଷ୍କା ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ କୋହଲି ତାଙ୍କ ବାଥରୁମରେ ଛିଡା ହୋଇଛନ୍ତି । ସେ ହାତରେ ଦାନ୍ତ ଘଷିବା ବ୍ରସ୍ ସହିତ ଜୋତାର ସ୍ପାଇକ୍ ସଫା କରୁଥିବା ଦେଖିବାକୁ ମିଳିଛି । (screengrab)

ଅନୁଷ୍କା କ୍ୟାପସନରେ ଲେଖିଛନ୍ତି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସ୍ୱାମୀ ସ୍ପାଇକ୍ ଧୋଇବାବେଳେ ଧରିଲି । କୋହଲିଙ୍କ ଧ୍ୟାନ କ୍ୟାମେରା ଆଡକୁ ଆଦୌ ନଥିଲା ଓ ତାଙ୍କୁ ଜୋତା ସଫା କରୁଥିବା ଦେଖିବାକୁ ମିଳିଥିଲା । (Ansuhka Sharma Instagram)<br />