ଦୀପାବଳିରେ ଧଳା ଶାଢ଼ିରେ ଝଲକିଲେ ଅଙ୍କିତା ଲୋଖଣ୍ଡେ, ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ପୋଜ୍ ଦେଲେ
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ଏହି ଫଟୋଗୁଡ଼ିକ ଉପରେ ତାଙ୍କ ଫ୍ୟାନମାନଙ୍କ ସହ ତାଙ୍କ ପୂର୍ବତନ ପ୍ରେମିକ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ବି ପ୍ରଶଂସା କରି କମେଣ୍ଟ ଦେଇଛନ୍ତି ।

ମୁମ୍ବାଇ: ଟିଭି ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ନିଜ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ (Ankita Lokhande) ଆଜିକାଲିଏବେ ତାଙ୍କର କିଛି ଫଟୋ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି । ଅଙ୍କିତା ଦିୱାଲୀରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଧଳା ଶାଢ଼ୀ ପିନ୍ଧିଥିବା ଦେଖାଯାଉଛନ୍ତି । ଦୀପାବଳି ୨୦୨୦ (Diwali2020) ଅବସରରେ ଅଙ୍କିତା ଏହି ଫଟୋଗୁଡ଼ିକୁ ସେୟାର କରିଛନ୍ତି । ସେଗୁଡ଼ିକ ଭାଇରାଲ୍ ହେବାରେ ଲାଗିଛି । ଅଙ୍କିତାଙ୍କ ଏହି ଫଟୋଗୁଡ଼ିକ ଉପରେ ତାଙ୍କ ପ୍ରଶଂସକମାନଙ୍କ ସହ ତାଙ୍କ ପୂର୍ବତନ ପ୍ରେମିକ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ଭଉଣୀ ବି କମେଣ୍ଟ୍ ଦେଇଛନ୍ତି ।

ଏହି ଫଟୋଗୁଡ଼ିକ ଶେୟାର୍ କରିବା ସହ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ପ୍ରଶଂସକମାନଙ୍କୁ ଧନତେରାସ ଓ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ।

ବିଶେଷ କଥା ହେଉଛି ଏହି ଫଟୋଡ଼ିକରେ ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍ ବିକି ଜୈନ ବି ଦେଖାଯାଇଛନ୍ତି ।

ଅଙ୍କିତାଙ୍କ ଏହି ଶୈଳୀକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି । କେବଳ ସେମାନେ ନୁହେଁ, ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ମଧ୍ୟ ଏହି ଫଟୋଗୁଡ଼ିକୁ ନେଇ ଅଭିନେତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ଅଙ୍କିତା ଲୋଖଣ୍ଡେଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ଶ୍ୱେତା ସିଂ କିର୍ତ୍ତୀ ଲେଖିଛନ୍ତି, ‘‘ତୁମେ ବହୁତ ସୁନ୍ଦର ଦେଖାଯାଉଛ, ବେବି!’’