କିଛି ସମୟ ପରେ ଅନୁଷ୍ଠିତ ହେବାକୁ ଯାଉଛି ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ ଉତ୍ସବ । ସେରେମନି ପାଇଁ ଏକାଠି ନଜର ଆସିଲେ ଅମ୍ୱାନୀ ପରିବାର । ପୂରା ପରିବାର ଖୁସି ଥିବାର ଜଣା ପଡିଛି । କିଛି ସମୟ ପରେ ବିଧି ଅନୁସାରେ ସମ୍ପାଦିତ ହେବ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ । ନିର୍ବନ୍ଧରେ ରିଙ୍ଗ ସେରେମନି ପୂର୍ବରୁ ଏକାଠି ଦେଖାଗଲେ ଅନନ୍ତ ଓ ରାଧିକା । ଅନନ୍ତ ଏକ ବ୍ଲୁ ରଙ୍ଗର ଆଉଟଫିଟ ଓ ରାଧିକ ସୁନେଲି ରଙ୍ଗର ଆଉଟ ଫିଟରେ ସୁନ୍ଦର ଦେଖାଯାଉଛନ୍ତି । ରିଙ୍ଗ ସେରେମନି ପାଇଁ ଖୁବ ସୁନ୍ଦର ଭାବେ ଆଲୋକରେ ସଜ୍ଜିତ ହୋଇଛି ଅମ୍ୱାନୀ ହାଉସ ।