କିଛି ସମୟ ପରେ ବିଧି ଅନୁସାରେ ସମ୍ପାଦିତ ହେବ ନିର୍ବନ୍ଧ କାର୍ଯ୍ଯ । ତା ପୂର୍ବରୁ ଦେଖନ୍ତୁ କିଛି ବିଶେଷ ଫଟୋ । ବିଭିନ୍ନ ପୋଜରେ ଫଟୋ ଉଠାଉଛନ୍ତି ଅନନ୍ତ ଓ ରାଧିକା । ଫଟୋ ଉଠାଇବା ସମୟରେ ଉପସ୍ଥିତ ଅଛନ୍ତି ନୀତା ଅମ୍ୱାନୀ ଓ ମୁକେଶ ଅମ୍ୱାନୀ । ଅନନ୍ତ ଓ ରାଧିକା ବେଶ ଖୁସି ଥିବାର ଜଣା ପଡୁଛନ୍ତି । ପୂରା ଅମ୍ୱାନୀ ପରିବାରରେ ଖୁସିର ମାହୋଲ ଖେଲି ଯାଇଛି । ପରିବାରର ସଦସ୍ଯ ସମସ୍ତଙ୍କୁ ଧନ୍ଯବାଦ ଜ୍ଞାପନ କରିଛନ୍ତି । ରାଧିକାଙ୍କ ହାତ ଧରି ଫଟୋ ଉଠାଉଥିବାର ନଜର ଆସିଲେ ନୀତା ଅମ୍ୱାନୀ । ପୂରା ବିଧି ଅନୁସାରେ ସମ୍ପାଦିତ ହେବ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ । ଅମ୍ୱାନୀ ପରିବାରର ସବୁ ସଦସ୍ଯ ଉପସ୍ଥିତ ଅଛନ୍ତି । ସବୁ ଫଟୋରେ ନୀତା ରାଧିକାଙ୍କ ହାତ ଧରିଥିବାର ନଜର ଆସିଛି । ଅନନ୍ତ ଏବଂ ରାଧିକା ପରସ୍ପରକୁ କିଛି ବର୍ଷ ଧରି ଜାଣିଛନ୍ତି, ଆସନ୍ତା ମାସରେ ସେମାନଙ୍କ ବିବାହର ଆନୁଷ୍ଠାନିକ କାର୍ଯ୍ୟ ଆରମ୍ଭ ହେବ। ମଙ୍ଗଳବାର ଦିନ ଏହି ଦମ୍ପତି ସେମାନଙ୍କ ମେହେନ୍ଦୀ ସମାରୋହ ଆୟୋଜନ କରିଥିଲେ। ରାଧିକା ମର୍ଚାଣ୍ଟ ଏନ୍କୋର ହେଲଥ କେୟାରର ସିଇଓ ବିରେନ ମର୍ଚାଣ୍ଟଙ୍କ ଝିଅ। (Photos: Viral Bhayani)