ଆଜି ସକାଳେ ତିରୁମାଲାରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କଲେ । ପ୍ରଭୁ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ ନେବା ସହ ଉଭୟେ ବେଶ୍ କିଛି ସମୟ ମନ୍ଦିର ବେଢାରେ କଟାଇଥିଲେ । ନିଜ ହାତରେ ଦହି ବୁଲାଇଥିଲେ ରାଧିକା ମର୍ଚାଣ୍ଟ । ଏହି ସମୟରେ ସେ ବେଶ ଖୁସି ଥିବାର ନଜର ଆସିଥିଲେ । ଆଜି ପବିତ୍ର ସରସ୍ୱତୀ ପୂଜା । ତେଣୁ ଆଜିର ଦର୍ଶନ ସ୍ୱତନ୍ତ୍ର ଥିଲା । ବିବାହ ପୂର୍ବରୁ ଅନନ୍ତ ଜଗନ୍ନାଥ ମନ୍ଦିର ଆସି ପୂଜାର୍ଚ୍ଚନା କରିଥିଲେ । ସେ ନିଜ ବିବାହ ନିମନ୍ତ୍ରଣ କାର୍ଡ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ । ଗୁଜରାଟୀ ହିନ୍ଦୁ ପରିବାରମାନଙ୍କ ମଧ୍ୟରେ ଅନୁସରଣ କରାଯାଉଥିବା ଗୋଲ୍ ଧନା ଓ ଚୁନରି ବିଧି ଅନୁସାରେ ରାଧିକା-ଅନନ୍ତଙ୍କ ନିର୍ବନ୍ଧ ହୋଇଥିଲା ।