ପୂରା ବଚ୍ଚନ ପରିବାର ଏମିତି ସ୍ୱାଗତ କଲେ ନୂଆ ବର୍ଷ ୨୦୨୧କୁ; ବାହାରକୁ ଆସିଲା ଫଟୋ ସବୁ
ଅମିତାଭ ବଚ୍ଚନ ପୂରା ପରିବାର ସହ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଓ ନିଜ ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଖିରେ ରଙ୍ଗୀନ୍ ଗ୍ଲାସ୍ ଓ ମଥାରେ ଟୋପି ପିନ୍ଧି ଖୁବ୍ ଷ୍ଟାଇଲିଶ୍ ଲାଗୁଛନ୍ତି ବିଗ୍ ବି । ଐଶ୍ୱର୍ଯ୍ୟା ବି ନବ ବର୍ଷ ଉତ୍ସବର ଫଟୋ ଶେୟାର୍ କରିଛନ୍ତି ।

ନୂଆ ବର୍ଷର ପ୍ରଥମ ଦିନରେ ବଲିଉଡ ସେଲିବ୍ରେଟିମାନେ ଇନଷ୍ଟାଗ୍ରାମରେ ନିଜ ନୂଆ ବର୍ଷ ଉତ୍ସବର ଫଟୋ ଶେୟାର କରୁଛନ୍ତି । ବଚ୍ଚନ ପରିବାର ବି ନୂଆ ବର୍ଷର ପ୍ରଥମ ଦିନରେ ଖୁବ୍ ଉତ୍ସବ ପାଳନ କରିଛି ।

ଅମିତାଭ ବଚ୍ଚନ (Amitabh Bachchan) ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆଖିରେ ରଙ୍ଗୀନ୍ ଗ୍ଲାସ୍ ଓ ମଥାରେ ଟୋପି ପିନ୍ଧିଛନ୍ତି । ଏହି ଫଟୋ ଶେୟାର କରି ଅମିତାଭ ନିଜ ପ୍ରଶଂସକମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଫଟୋଗୁଡ଼ିକରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ (Jaya Bachchan), ଅଭିଷେକ ବଚ୍ଚନ (Abhishek Bachchan) ଓ ଆରାଧ୍ୟା ବଚ୍ଚନ (Aradhya Bachchan) ମଧ୍ୟ ଦେଖାଯାଉଛନ୍ତି ।

ଏହି ଫଟୋଗୁଡିକ ପୋଷ୍ଟ କରି ଐଶ୍ୱର୍ଯ୍ୟା ଲେଖିଛନ୍ତି, ‘‘ପ୍ରେମ, ଶାନ୍ତି ଓ ସୁଖ… ଆପଣ ସମସ୍ତଙ୍କୁ ଆଶୀର୍ବାଦ… ୨୦୨୧ରେ ଆପଣମାନେ ଖୁସି ହୁଅନ୍ତୁ ।’’

ବଚ୍ଚନ ପରିବାର ପ୍ରତ୍ୟେକ ପର୍ବକୁ ଧୁମଧାମରେ ପାଳନ କରେ । ଅମିତାଭଙ୍କ ଠାରୁ ଅଭିଷେକ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆରେ ପାରିବାରିକ ଫଟୋ ଶେୟାର କରିଥା’ନ୍ତି ।