ଆଲିଆ, ରଣବୀର କପୁର ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ (Brahmastra) ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇ ଅଛି । ଏଥି ସହିତ ସଞ୍ଜୟ ଲୀଲା ଭନସାଲୀଙ୍କ ‘ଗଙ୍ଗୁବାଇ କାଠିଆୱାଡି଼’ର ନିର୍ମାଣ ମଧ୍ୟ ଶେଷ ହୋଇଛି । ଏହା ଚଳିତ ବର୍ଷ ଇଦ୍ ସମୟରେ ମୁକ୍ତିଲାଭ କରିବ । ଆଲିଆଙ୍କୁ କରଣ ଜୋହରଙ୍କ ମଲ୍ଟି-ଷ୍ଟାରର ‘ତଖ୍ତ୍’ ଓ ଏସ୍. ରାଜମୌଳିଙ୍କ ‘ଆର୍.ଆର୍.ଆର୍.’ରେ ମଧ୍ୟ ଦେଖିବାକୁ ମିଳିବ । (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ @ ଆଲିଆଭଟ୍)