ଅକ୍ଷୟ କୁମାର ଓ ଟ୍ୱିଙ୍କଲ୍ ଖାନ୍ନା ଝିଅର ଅଷ୍ଟମ ଜନ୍ମ ଦିନରେ ଶେଆର୍ କଲେ ସୁନ୍ଦର ଫଟୋ
Happy Birthday Nitara: ଅଭିନେତା ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନା ନିଜ ପିଲାମାନଙ୍କୁ ସୋସିଆଲ୍ ମିଡ଼ିଆରୁ ଦୂରେଇ ରଖନ୍ତି ଓ ତାଙ୍କ ବିଷୟରେ ପ୍ରଚାର କରନ୍ତି ନାହିଁ । ହେଲେ ନିଜ ଝିଅ ନିତାରାର ଅଷ୍ଟମ ଜନ୍ମଦିନରେ ସେମାନେ କେତେକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି ।

ସୋସିଆଲ ମିଡ଼ିଆରେ ଉଭୟ ଅକ୍ଷୟ କୁମାର (Akshay Kumar) ଓ ଟ୍ୱିଙ୍କଲ ଖାନ୍ନା (Twinkle Khanna) ବହୁତ ସକ୍ରିୟ ରହନ୍ତି । ହେଲେ ସେମାନେ ନିଜ ପିଲାମାନଙ୍କୁ ସୋସିଆଲ ମିଡ଼ିଆରୁ ଦୂରେଇ ରଖନ୍ତି । ଆଠ ବର୍ଷ ପୂର୍ବେ ଅକ୍ଷୟ ଓ ଟ୍ୱିଙ୍କଲଙ୍କ ଜୀବନକୁ ଝିଅ ନିତାରା (Nitara) ଆସିଥିଲା । ଶୁକ୍ରବାର ଦିନ (ସେପ୍ଟେମ୍ବର ୨୫) ନିଜ ତା’ର ଅଷ୍ଟମ ଜନ୍ମ ଦିନ ପାଳନ କରିଥିଲେ ଏହି ଷ୍ଟାର୍ ଦମ୍ପତି ।

ଏହି ବିଶେଷ ଦିନରେ ଉଭୟ ଅକ୍ଷୟ ଓ ଟ୍ୱିଙ୍କଲ ଆକର୍ଷଣୀୟ ଢଙ୍ଗରେ ନିଜ ରାଜକୁମାରୀକୁ ଅନେକ ଶୁଭେଚ୍ଛା ଜଣାଇଥିଲେ । ଅକ୍ଷୟ ନିତାରାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଥିଲେ । ଟ୍ୱିଙ୍କଲ ବି ନିଜ ଝିଅ ସହ ତାଙ୍କର କେତେକ ଫଟୋ ସେୟାର କରିଥିଲେ ।

ନିଜ ପୋଷ୍ଟରେ ଅକ୍ଷୟ କୁମାର (Akshay Kumar) ଲେଖିଥିଲେ, ‘‘ଲୋକେ ୨୦୨୦ ବର୍ଷକୁ ଭିନ୍ନ ରୂପରେ ଦେଖୁଛନ୍ତି । ମୁଁ ମୋତେ ମୋ’ ପିଲାମାନଙ୍କ ସହିତ ଏତେ ସମୟ ଅତିବାହିତ କରିବାକୁ ମିଳିଥିବା ଏହି ସୁଯୋଗ ସବୁ ଦିନ ପାଇଁ ମୋ’ ସ୍ମୃତିରେ ରହିବ । ୨୦୨୦ ମସିହାରେ ମୋତେ ମିଳିଥିବା ଏହି ସୁଯୋଗକୁ ଏକ ରୂପା ଲାଇନ୍ (silver lining) । ମୋ’ ରାଜକୁମାରୀକୁ ତା’ ଅଷ୍ଟମ ଜନ୍ମଦିନର ଅନେକ ଶୁଭେଚ୍ଛା । ମୁଁ ତତେ ଖୁବ୍ ଭଲ ପାଏ ।’’

ଟ୍ୱିଙ୍କଲ୍ ବି ନିତାରାର କିଛି ଫଟୋ ସେୟାର କରି ଲେଖିଥିଲେ, ‘‘ମୋ’ ଛୋଟି ଏବେ ଆଠ ବର୍ଷର ହୋଇଗଲା! … ଆମର ପିଲାମାନଙ୍କ ପାଇଁ ପ୍ରଥମ ପୁସ୍ତକ ‘When I Grow Up I Want To Be’ର ପ୍ପରଥମ କପି ତାକୁ ଉପହାର ଦିଆଯାଇଛି ସମୀକ୍ଷା ପାଇଁ । ସେ ବଡ଼ ହେଲେ କ’ଣ ହେବ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଜାଣେ ଯେ ସେ ବହୁତ ଶୀଘ୍ର ବଡ଼ ହେଉଛି ।’’

ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ପରିବାର ସହିତ ସ୍କଟଲ୍ୟାଣ୍ଡରେ ଅଛନ୍ତି । ସେଠାରେ ସେ ତାଙ୍କର ଆଗାମୀ ଫିଲ୍ମ 'ବେଲ ବଟମ୍'ର ସୁଟିଂ କରୁଛନ୍ତି । ଅକ୍ଷୟ ନିଜ କରିୟରରେ ପ୍ରଥମ ଥର ପାଇଁ ଡବଲ୍ ସିଫ୍ଟ କରୁଛନ୍ତି । ଏହି ଫିଲ୍ମ ପାଇଁ ସେ ୧୮ ବର୍ଷ ଧରି ମାନୁଥିବା ଏକ ନିୟମ ଭାଙ୍ଗିଛନ୍ତି ।