କରୀନା ଓ ଅନୁଷ୍କାଙ୍କ ପରେ ଏହି ଅଭିନେତ୍ରୀମାନଙ୍କ ମା’ ହେବାକୁ ଅପେକ୍ଷା କରିଛନ୍ତି ଫ୍ୟାନମାନେ
ବଡ଼ ଆଡମ୍ବରରେ ବିବାହ କରିଥିବା ଆଉ କେତେକ ବଲିଉଡ ଅଭିନେତ୍ରୀଙ୍କ ଠାରୁ ତାଙ୍କ ପ୍ରଶଂସକମାନେ ଏ ପର୍ଯ୍ୟନ୍ତ କୌଣସି ଭଲ ଖବର ପାଇ ନାହାଁନ୍ତି । ସେହି ଅଭିନେତ୍ରୀମାନଙ୍କ ମା’ ହେବାର ଖବରକୁ ତାଙ୍କ ଫ୍ୟାନମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବଡ଼ ଆଡମ୍ବରରେ ବିବାହ କରିଥିବା ଆଉ କେତେକ ବଲିଉଡ ଅଭିନେତ୍ରୀଙ୍କ ଠାରୁ ତାଙ୍କ ପ୍ରଶଂସକମାନେ ଏ ପର୍ଯ୍ୟନ୍ତ କୌଣସି ଭଲ ଖବର ପାଇ ନାହାଁନ୍ତି । ସେହି ଅଭିନେତ୍ରୀମାନଙ୍କ ମା’ ହେବାର ଖବରକୁ ତାଙ୍କ ଫ୍ୟାନମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ (Kareena Kapoor Khan) ନିଜ ଦ୍ୱିତୀୟ ପୁଅକୁ ଜନ୍ମ ଦେଇଛନ୍ତି। ବଲିଉଡର ସେଲିବ୍ରେଟିମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ କରୀନାଙ୍କୁ ତାଙ୍କ ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ଅଭିନନ୍ଦନ ଜଣାଉଛନ୍ତି ।

ଜାନୁଆରୀ ମାସରେ ଅନୁଷ୍କା ଶର୍ମା (Anushka Sharma) ନିଜ ପ୍ରଥମ ସନ୍ତାନ ରୂପେ ଝିଅ ବାମିକାକୁ ଜନ୍ମ ଦେଇଥିଲେ । ଅନୁଷ୍କା ମା’ ହେବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ବହୁତ ଅଭିନନ୍ଦନ ଜଣାଇଛନ୍ତି । ଏବେ କେତେକ ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ଼ ଆଡମ୍ବରରେ ବିବାହ କରିଥିଲେ, କିନ୍ତୁ ପ୍ରଶଂସକମାନେ ଏ ପର୍ଯ୍ୟନ୍ତ ସେମାନଙ୍କଠାରୁ କୌଣସି ଭଲ ଖବର ପାଇ ନାହାଁନ୍ତି । ସେହି ଅଭିନେତ୍ରୀମାନଙ୍କ ମା’ ହେବାର ଖବରକୁ ତାଙ୍କ ଫ୍ୟାନମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ୨୦୧୮ରେ ରଣବୀର ସିଂଙ୍କୁ ବିବାହ କରିଥିଲେ । ଦୀପିକା ଓ ରଣବୀରଙ୍କୁ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତି ଭାବେ ବିବେଚନା କରାଯାଏ । ତାଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହୋଇଥିଲା ।

ରଣବୀର ଓ ଦୀପିକାଙ୍କ ବିବାହ ପରଠାରୁ ଦୀପିକାଙ୍କ ଗର୍ଭଧାରଣକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଜଣାପଡିଛି । ଦୀପିକା ମା’ ହେବା ବିଷୟରେ ଲୋକେ ତାଙ୍କ ମତାମତ ମଧ୍ୟ ପଚାରିଥିଲେ । ଦୀପିକା କହିଥିଲେ ଯେ ଯେତେବେଳେ ଏମିତି କିଛି ଘଟିବ ସେ ନିଜକୁ ଏ ବିଷୟରେ ଜଣାଇବେ ।

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା (Priyanka Chopra) ମଧ୍ୟ ବିଦେଶୀ ସିନେମାରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ତଥା ଅଭିନେତା ନିକ ଜୋନାସଙ୍କୁ (Nick Jonas) ବିବାହ କରିଛନ୍ତି । ନିକ୍ ଓ ପ୍ରିୟଙ୍କା ୨୦୧୮ ମସିହାରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ ।

ପ୍ରିୟଙ୍କାଙ୍କ ବିବାହ ପରେ ତାଙ୍କ ଗର୍ଭଧାରଣ ଖବର ଚର୍ଚ୍ଚାରେ ଆସିବା ଆରମ୍ଭ କରିଥିଲା । ପ୍ରିୟଙ୍କା ବର୍ତ୍ତମାନ ନିକଙ୍କ ସହ ତାଙ୍କ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ତାଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଶୀଘ୍ର ପ୍ରିୟଙ୍କା ଓ ନିକ ମଧ୍ୟ ଦୁଇରୁ ତିନି ହେବାର ଖୁସି ଖବର ଜଲଦି ଦେବେ ।

ବଲିଉଡର ଫ୍ୟାଶନ ଡିଭା ଭାବରେ ଜଣାଶୁଣା ସୋନମ କପୁର (Sonam Kapoor) ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ୨୦୧୮ରେ ବିବାହ କରିଥିଲେ । ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହ ଫଟୋ ସୋସିଆଲ ମିଡି଼ଆରେ ବହୁତ ଭାଇରାଲ ହୋଇଥିଲା ।

ସୋନମଙ୍କ ବିବାହ ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ମା’ ହେବାର ଖବରକୁ ଅପେକ୍ଷା କରି ରହିଛନ୍ତି । ତେବେ ପରିବାର ବନାଇବା ଯୋଜନା ସମ୍ପର୍କରେ ସୋନମଙ୍କଠାରୁ କୌଣସି ଖବର ଏ ପର୍ଯ୍ୟନ୍ତ ମିଳି ନାହିଁ ।

ବଲିଉଡର ହଟ୍ ଓ ଗ୍ଲାମରସ୍ ଅଭିନେତ୍ରୀ ବିପାଶା ବସୁ (Bipasha Basu) ୨୦୧୬ ମସିହାରେ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ । ବିପାଶା ଓ କରଣଙ୍କ ପ୍ରଶଂସକ ସେ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି । ଫ୍ୟାନମାନେ ବିପାଶା ଶୀଘ୍ର ମା’ ହେବାର ସୁସମାଚାରକୁ ଅପେକ୍ଷା କରିଛନ୍ତି ।

ଅନ୍ୟମାନଙ୍କ ପିଲାମାନଙ୍କୁ କୋଳରେ ଧରିଥିବା ବିପାଶାଙ୍କ ଫଟୋ ଅନେକ ଥର ଭାଇରାଲ ହୋଇଛି । ତେବେ ବିପାଶା ଓ କରଣ ବର୍ତ୍ତମାନ ନିଜ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି ।

ନିଜ ଦମଦାର୍ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ବିଦ୍ୟା ବାଲନ୍ (Vidya Balan) ୨୦୧୨ରେ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିଥିଲେ । ସେମାନଙ୍କ ବିବାହର ନଅ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବିଦ୍ୟାଙ୍କ ଗର୍ଭବତୀ ହେବାର କୌଣସି ଖବର ପ୍ରକାଶ ଆସିନାହିଁ ।