କାବୁଲ: ଆଫଗାନିସ୍ତାନ (Afghanistan) ପୁଣି ତାଲିବାନଙ୍କ ଅଧୀନରେ ଆସିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଦେଶର ଅଧିକାଂଶ ରାଜନେତା ଦେଶ ଛାଡ଼ି ପଳାୟନ କରିଛନ୍ତି। ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ଲୋକ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ିବାକୁ ଚାହାଁନ୍ତି, କିନ୍ତୁ ଯାଇପାରନ୍ତି ନାହିଁ। ସେମାନଙ୍କର ରାସ୍ତା ବନ୍ଦ ରହିଛି। ବିମାନ ବାତିଲ ପରେ ମଧ୍ୟ ବିମାନ ବନ୍ଦର ଓ ରନୱେରେ ଲୋକଙ୍କ ଭିଡ଼ ଜମିଛି। ସେମାନଙ୍କ ଆଶା ହେଲା ଯେ ବୋଧହୁଏ କିଛି ବିମାନ ମିଳିବ । ଏଭଳି ୧୦ଟି ଫଟୋରେ ଦେଖନ୍ତୁ ଆଫଗାନିସ୍ତାନର ଲୋକଙ୍କ ଅସହାୟତା…