ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ଏଠାରେ ମହିଳାଙ୍କ ଉପରେ ନିର୍ଯାତନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତାଲିବାନ ଘୋଷଣା କରିଛି ଯେ ମହିଳାମାନେ ଶରିଆ ନିୟମ ପାଳନ କରିବେ । ଏଥିରେ ଫ୍ୟାଶନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ମହିଳାମାନଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଏହାକୁ ବିରୋଧ କରି ମହିଳାମାନେ ସୋସିଆଲ ମିଡ଼ିଆରେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ।
ଏହି ଟ୍ୱିଟର ପୋଷ୍ଟକୁ ୧୬୦୦ରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି । ଏଥି ସହିତ, ଲୋକମାନେ କ୍ରମାଗତ ଭାବରେ ଏହା ଉପରେ ନିଜର ମତାମତ ଦେଉଛନ୍ତି । ଇଲେନ୍ ନାମକ ଜଣେ ଉପଭୋକ୍ତା @Elainebks ସେ ଲେଖିଛନ୍ତି, ‘‘ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ମହିଳାମାନେ କ’ଣ ପିନ୍ଧିବାକୁ ବାଛିଛନ୍ତି ତାହା ଆପଣ ଦେଖିଛନ୍ତି କି? ଓ ସେମାନେ ବର୍ତ୍ତମାନ କ’ଣ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି?’’