ଅଭିନେତ୍ରୀ ଅନୀତା ହସନନ୍ଦାନୀ ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ (Anita Hassanandani) ଓ ରୋହିତ ରେଡ୍ଡୀ (Rohit Reddy) କିଛି ଦିନ ତଳେ ଏକ ସୁନ୍ଦର ଶିଶୁପୁତ୍ରର ପିତାମାତା ହୋଇଛନ୍ତି । ରୋହିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖବର ଶେୟାର୍ କରିଥିଲେ । କିଛି ସମୟ ତଳେ ଅନୀତା ନିଜ ପୁଅ ଓ ସ୍ୱାମୀଙ୍କ ସହ ଏକ ସୁନ୍ଦର ଭିଡିଓ ବି ଶେୟାର କରିଥିଲେ, ଯାହା ଭାଇରାଲ ହୋଇଥିଲା । ଅଭିନେତ୍ରୀ ଅନୀତା ହସନନ୍ଦାନୀ ନିଜ କୁନି ପୁଅ ଆରଭକୁ ତାଙ୍କୁ ଗାୟତ୍ରୀ ମନ୍ତ୍ର ପାଠ କରି ଶିଖାଉଛନ୍ତି । ସେ ଶେୟାର୍ କରିଥିବା ଭିଡିଓରେ ଏହା ଦେଖିବାକୁ ମିଳିଥିଲା । ନିଜ ମା’ଙ୍କଠାରୁ ଗାୟତ୍ରୀ ମନ୍ତ୍ର ଶୁଣି ଆରବ ବେଳେବେଳେ ସୁନ୍ଦର ମୁହଁ କରୁଥିବା ଦେଖାଯାଉଛି । ଏହା ଜଣାପଡୁଛି ଯେ ଆରଭ୍ ଖୁବ୍ ଶୀଘ୍ର ଗାୟତ୍ରୀ ମନ୍ତ୍ର ଶିଖିଯିବେ । ଫେବୃଆରୀ ୯ ତାରିଖରେ ରୋହିତ ରେଡ୍ଡୀ ନିଜର ଓ ଅନୀତାଙ୍କ ଏକ ଫଟୋ ଶେୟାର୍ କରି କ୍ୟାପସନ ଲେଖିଥିଲେ ଯେ 'ପୁଅ ହୋଇଛି'। ରୋହିତ ସେହି ପୋଷ୍ଟ ଶେୟାର୍ କରିବା ପରେ ଅଭିନନ୍ଦନର ସୁଅ ଛୁଟିଥିଲା । ଅକ୍ଟୋବର ୨୦୨୦ରେ ଅନୀତା ହସନନ୍ଦାନୀ ନିଜ ଗର୍ଭଧାରଣର ଖବର ପ୍ରଶଂସକଙ୍କ ସହ ଶେୟାର୍ କରିଥିଲେ । ଅନୀତା ହସନନ୍ଦାନୀ ଗର୍ଭବତୀ ଥିବା ବେଳେ ଏକ ବୋଲ୍ଡ ଫଟୋଶୁଟ୍ କରାଇଥିଲେ । ଅନୀତା ୨୦୧୩ରେ ବ୍ୟବସାୟୀ ରୋହିତ ରେଡ୍ଡୀଙ୍କୁ ବିବାହ କରିଥିଲେ । ଅନୀତା ଅନେକ ଚଳଚ୍ଚିତ୍ର ଓ ଟିଭି ଶୋ’ରେ କାମ କରିଛନ୍ତି । ଏକତା କପୁରଙ୍କ ଶୋ 'ନାଗିନ୍'ରେ ଅନୀତାଙ୍କର ଭୂମିକା ଖୁବ୍ ପ୍ରଶଂସା ପାଇଥିଲା । ଅନୀତାଙ୍କ ଫିଲ୍ମ କରିୟର କିଛି ବିଶେଷ ନାହିଁ, କିନ୍ତୁ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଚିହ୍ନ ଛାଡି଼ବାରେ ସଫଳ ହୋଇଛନ୍ତି । ଅନୀତା ‘ୟେ ହୈଁ ମୋହାବତେଁ,’ ‘କାବ୍ୟାଞ୍ଜଳୀ,’ ‘କ୍ୟୋଁ କି ଶାସ୍ ଭୀ କଭୀ ବହୂ ଥୀ’ ଓ ‘କସମ୍’ ପରି ଟିଭି ଶୋ’ର ଅଂଶ ଥିଲେ ।