ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ୍ଙ୍କ (Mr Perfectionist) ଦ୍ୱିତୀୟ ବିବାହ ବି କାମ କଲା ନାହିଁ । ଅଭିନେତା ଆମାର୍ ଖାନ୍ (Aamir Khan) ନିଜ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ (Kiran Rao) ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଆମୀର ଖାନ ଓ କିରଣ ରାଓଙ୍କ ବିବାହକୁ ମାତ୍ର ୧୫ ବର୍ଷ ହୋଇଥିଲା । ବର୍ତ୍ତମାନ ଦୁହେଁ ନିଜ ସର୍ତ୍ତ ଅନୁଯାୟୀ ନିଜ ଜୀବନ ଜୀଇଁବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କର ବ୍ୟାବସାୟିକ ସମ୍ପର୍କ ଜାରି ରହିବ ବୋଲି ଆମୀର୍ ଓ କିରଣ ମିଳିତ ଭାବେ ଏକ ବିବୃତ୍ତି ଜାରି କରି କହିଛନ୍ତି । ଆମୀର୍ ଖାନ ଓ କିରଣ ରାଓଙ୍କର ଗୋଟିଏ ପୁଅ ଅଛି । ଦୁହେଁ ଏକାଠି ପୁଅର ଯତ୍ନ ନେବେ ବୋଲି କହିଛନ୍ତି । ଉଭୟ ଆମୀର୍ ଖାନ ଓ କିରଣ ରାଓ ଅନେକ ପ୍ରକଳ୍ପରେ ଏକାଠି କାମ କରିଛନ୍ତି । ଆମୀର ଓ କିରଣ କହିଛନ୍ତି ଯେ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କର ତିକ୍ତତା ସେମାନଙ୍କ ବୃତ୍ତିଗତ ସମ୍ପର୍କକୁ ଆସିବ ନାହିଁ । କିରଣ ରାଓ ଫିଲ୍ମ 'ଲଗାନ'ରେ ସହ-ନିର୍ଦ୍ଦେଶିକା ଭାବେ କାମ କରୁଥିବା ବେଳେ ଆମୀରଙ୍କୁ ଭେଟିଥିଲେ । ତାହା କିରଣଙ୍କ ପ୍ରଥମ ଫିଲ୍ମ ଥିଲା । କିରଣ ରାଓ ଓ ଆମୀର ଖାନ୍ ଅଲଗା ହେବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି଼ନାହିଁ । ଯେତେବେଳେ ଆମୀର୍ ଖାନ୍ ନିଜ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କଠାରୁ ଅଲଗା ହେବାର ଆଘାତ ସହ ଯୁଝୁଥିଲେ, ସେତେବେଳେ କିରଣଙ୍କ କଥା ତାଙ୍କୁ ଆଶ୍ୱସ୍ତି ଦେଇଥିଲା । ପରେ ସେମାନେ ଜୀବନସାଥୀ ହୋଇଥିଲେ । ରାଜ ପରିବାରରୁ ଆସିଥିବା କିରଣ ରାଓ ଓ ଆମୀର ଖାନଙ୍କର ଆଜାଦ ରାଓ ଖାନ୍ ନାଁର ପୁଅଟିଏ ଅଛି । (ସବୁ ଫଟୋ କ୍ରେଡିଟ୍: _ କିରାନ୍ରାଓଖାନ୍ / ଇନଷ୍ଟାଗ୍ରାମ୍)