ଗ୍ୱାଲିଅର ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ପ୍ରାୟ ୧୬୫ କିଲୋମିଟର ଦୂରରେ ଥିବା ଶୋପୁରର କୁନୋ ନ୍ୟାସନାଲ ପାର୍କକୁ (କେଏନପି) ନିଆଯାଇଛି। ଯେଉଁଠାରେ ଚିତାଙ୍କୁ କ୍ୱାରେଣ୍ଟାଇନ ଏନକ୍ଲୋଜରରେ ରଖାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାୟୁସେନା ଏହି ସମ୍ପୂର୍ଣ୍ଣ ସେବା ପାଇଁ ପରିବେଶ ମନ୍ତ୍ରଣାଳୟରୁ କୌଣସି ଶୁଳ୍କ ନେଇ ନାହିଁ ଓ ଏହି ସେବାକୁ ମାଗଣାରେ ଯୋଗାଇ ଦେଇଛି।