Virat Kohli and Anushka Sharma: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ODI ସିରିଜର ଶେଷ ମ୍ୟାଚ୍ ଥିରୁବନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲିଙ୍କୁ ଆରାମଦାୟକ ମନୋଭାବରେ ଦେଖିବାକୁ ମିଳିଛି। ସୋସିଆଲ ମିଡ଼ିଆରେ ସେ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି (Virat Kohli) ଅନୁଷ୍କା ଶର୍ମାଙ୍କ (Anushka Sharma) ସହ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ଅନୁଷ୍କା ଶର୍ମାଙ୍କ ସହ ସମୁଦ୍ର କୂଳରେ ସାର୍ଟଲେସ୍ ଅବତାରେ ନଜର ଆସିଛନ୍ତି। ଏହି ଫଟୋ ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି। ଏହି ଫଟୋକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବାବେଳେ ବିରାଟ କୋହଲି (Virat Kohli) କ୍ୟାପସନରେ ରେଡ କଲର ହାର୍ଟ ଇମୋଜି ମଧ୍ୟ ରଖିଛନ୍ତି। ଏହି ଦମ୍ପତି ସମୁଦ୍ର କୂଳରେ ବ୍ରେକଫାଷ୍ଟ କରୁଥିବାର ନଜର ଆସୁଛନ୍ତି। ବିରାଟ କୋହଲି ଅନେକ ସମୟରେ ଅନୁଷ୍କା ଶର୍ମାଙ୍କ (Anushka Sharma) ସହ ତାଙ୍କର ରୋମାଣ୍ଟିକ ଫଟୋ ସେୟାର କରନ୍ତି, ଯାହାକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରନ୍ତି। ବିରାଟ କୋହଲି ୨୦୨୩ ବର୍ଷକୁ ଅତ୍ୟନ୍ତ ପ୍ରଭାବଶାଳୀ ଢ଼ଙ୍ଗରେ ଆରମ୍ଭ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ODIରେ ୧୨୩ ରନ୍ ସଂଗ୍ରହ କରିଥିଲେ। ତେବେ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ସେ କିଛି ବିଶେଷ କରିପାରିନଥିଲେ। ODI ସିରିଜ୍ ବିଷୟରେ କହିବାକୁ ଗଲେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଏହି ସିରିଜରେ ୨-୦ରେ ଆଗୁଆ ରହିଛି। ଏଥିସହିତ ଭାରତୀୟ ଦଳ ପୂର୍ବରୁ ଖେଳାଯାଇଥିବା ଟି -୨୦ ସିରିଜକୁ ୨-୧ରେ କାବୁ କରିଥିଲା।