ସୌରଭ ଗାଙ୍ଗୁଲି ଭାରତର ଅନ୍ୟତମ ତାରକା ଖେଳାଳି। ସେ ଭାରତ ପାଇଁ ଖେଳିବା ଏବଂ ଅଧିନାୟକ ହେବା ସମୟରେ ଏପରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ଯାହାକି କୌଣସି ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ନିକଟରେ ଚର୍ଚ୍ଚା ହୋଇଥିଲା ଯେ ରଣବୀର କପୁର ତାଙ୍କ ବାୟୋପିକରେ କାମ କରିବାକୁ ଯାଉଛନ୍ତି। ସୋମବାର ସୌରବ ଗାଙ୍ଗୁଲିଙ୍କ ସହ ରଣବୀର କପୁରଙ୍କ ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।