ଭାରତୀୟ କ୍ରୀଡାରେ ରାଜନେତାମାନଙ୍କ ହସ୍ତକ୍ଷେପ ରହିଛି। ଏପରି ଅନେକ ରାଜନେତା ଅଛନ୍ତି ଯେଉଁମାନେ ରାଜନୀତିରେ ବଡ ପଦବୀରେ ଅଛନ୍ତି ଓ ଏହା ସହିତ ସେମାନେ କ୍ରୀଡ଼ା ସଙ୍ଗଠନରେ ମଧ୍ୟ ବଡ଼ ପଦବୀରେ ରହିଛନ୍ତି । ଆସନ୍ତୁ ଜାଣିବା ସେହି ନେତାଙ୍କ ବାବଦରେ, ଯିଏ କ୍ରୀଡା ସଙ୍ଗଠନକୁ ମଧ୍ଯ ପ୍ରାଧାନ୍ୟ ଦିଅନ୍ତି । ବ୍ୟାଡମିଣ୍ଟନ୍: ଆସାମର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବ ଶର୍ମା ହେଉଛନ୍ତି ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି। (ଫଟୋ PTI) ରାଇଫଲ: ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଇଣ୍ଡିଆର ସଭାପତି ହେଉଛନ୍ତି ରଣନ୍ଦର ସିଂ, ଯିଏ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପୁଅ। ନିକଟରେ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି। (ଫାଇଲ୍ ଫଟୋ ) ତୀରନ୍ଦାଜ: ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତୀରନ୍ଦାଜ ସଂଘର ସଭାପତି। ( ଫଟୋ PTI) କ୍ରିକେଟ୍: ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହଙ୍କ ପୁଅ ଜୟ ଶାହ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଚିବ ଅଟନ୍ତି। (ଫଟୋ PTI) ହକି: ବିଜୁ ଜନତା ଦଳର ପୂର୍ବତନ ସାଂସଦ ତଥା ପୂର୍ବତନ ହକି ଖେଳାଳି ଦିଲୀପ ତିର୍କି ହକି ଫେଡେରେଶନର ସଭାପତି। କିନ୍ତୁ ଏକ ବ୍ୟତିକ୍ରମ, କାରଣ ସେ ପ୍ରଥମେ ଭାରତୀୟ ଦଳର ଖେଳାଳି ଏବଂ ଅଧିନାୟକ ଥିଲେ ଏବଂ ପରେ ରାଜନୀତିରେ ପ୍ରବେଶ କରିଥିଲେ। ( ଫଟୋ PTI) ଟେବୁଲ୍ ଟେନିସ୍: ହରିୟାଣାର ଡେପୁଟି ସିଏମ୍ ଦୁଷ୍ମନ୍ତ ଚୌତଲାଙ୍କ ପତ୍ନୀ ମେଘନା ଚୌତାଲା, ଟେବୁଲ୍ ଟେନିସ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି।