ମେଲବୋର୍ଣ୍ଣରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ଖେଳିବାବେଳେ ଷ୍ଟାର୍କଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ଆଘାତ ଯୋଗୁଁ ସେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ବାହାରେ ଥିଲେ। ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଷ୍ଟାର୍କ ଦଳରେ ଯୋଗଦେବେ ବୋଲି ଅଷ୍ଟ୍ରେଲିଆର ଚୟନ କମିଟି ଘୋଷଣା କରିଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ କ୍ୟାମେରନ୍ ଗ୍ରୀନ୍ ଦଳ ସହିତ ରହିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଗ୍ରୀନଙ୍କ ଆଙ୍ଗୁଠି ମଧ୍ୟ ଆହତ ହୋଇଛି, ଯେଉଁଥିରୁ ସେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି।