ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ, ଆର୍ଜେଣ୍ଟିନା ୩୬ ବର୍ଷ ପରେ ଫିଫା ବିଶ୍ବକପ ଜିତିବାରେ ସଫଳ ହୋଇଛି। ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ଫିଫା ବିଶ୍ୱକପ ୨୦୨୨ ଟ୍ରଫି ହାସଲ କରିଛି ଆର୍ଜେଣ୍ଟିନା। ଏହାବ୍ୟତୀତ ଇନଷ୍ଟାଗ୍ରାମରେ ମଧ୍ୟ ଛାଇ ଯାଇଛନ୍ତି ମେସି। ଲିଓନେଲ ମେସି ଫୁଟବଲ ଦୁନିଆରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାମରେ ଫିଫା ବିଶ୍ବକପ ଟ୍ରଫି ନଥିଲା, ଯାହା ସେ ରବିବାର ଦିନ ହାସଲ କରିବାରେ ସଫଳ ହୋଇଛନ୍ତି। ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଜିତିଥିଲା। ମେସିଙ୍କ କ୍ୟାରିୟରର ଏହା ପ୍ରଥମ ବିଶ୍ୱକପ୍ ଥିଲା। ଏହି ବିଜୟ ପରେ ମେସି ଫିଲ୍ଡ ବାହାରେ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ୱକପ ଜିତିବା ପରେ ମେସି ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ୬୦ ମିଲିୟନରୁ ଅଧିକ ଲାଇକ୍ ମିଳିଛି। ଇନଷ୍ଟାଗ୍ରାମରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ଏହା ସବୁଠାରୁ ପସନ୍ଦଯୋଗ୍ୟ ପୋଷ୍ଟ। ମେସି ବିଶ୍ୱକପ ଟ୍ରଫି ଧରିଥିବା ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, "ମୁଁ ଅନେକ ଥର ଏହା ବିଷୟରେ ସ୍ୱପ୍ନ ଦେଖିଥିଲି। ମୁଁ ଏହା ଚାହୁଁଥିଲି ତଥାପି ମୁଁ ଏହାକୁ ବିଶ୍ବାସ କରିପାରୁନାହିଁ। ମୋ ପରିବାର, ବନ୍ଧୁଗଣ ଏବଂ ମୋତେ ସମର୍ଥନ କରୁଥିବା ଲୋକଙ୍କୁ ଧନ୍ୟବାଦ।" ମେସିଙ୍କ ଏହି ପୋଷ୍ଟ ପର୍ତ୍ତୁଗାଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ପଛରେ ପକାଇ ଦେଇଛି। ମେସି ଛାଡ଼ିଥିବା ରୋନାଲଡୋଙ୍କ ଯେଉଁ ପୋଷ୍ଟକୁ ମେସି ପଛରେ ପକାଇ ଦେଇଛନ୍ତି ସେ ମେସିଙ୍କ ସହ ଚେସ ଖେଳୁଥିବା ନଜର ଆସୁଛନ୍ତି। ଏହି ପୋଷ୍ଟକୁ ୪୧.୯ ନିୟୁତ ଲୋକ ପସନ୍ଦ କରିଥିଲେ।