ଟୋକିଓ ଅଲିମ୍ପିକ୍ସ (Tokyo Olympics) ଭାରତ ପାଇଁ ସ୍ମରଣୀୟ ଥିଲା । ଦେଶ ନିଜ ଅଲିମ୍ପିକ୍ ଇତିହାସରେ ସର୍ବାଧିକ ସାତୋଟି ପଦକ ଏହି ଟୋକିଓ ଅଲିମ୍ପିକ୍ସରେ ଜିତିଛି । ସବୁଠୁ ବଡ଼ କଥା ହେଉଛି ଯେ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଭାରତକୁ ସର୍ବ ପ୍ରଥମ ସ୍ୱର୍ଣ୍ଣ ପଦକ ଟୋକିଓ ଅଲିମ୍ପିକ୍ସରେ ମିଳିଛି ଓ ଏହା ଦେଶ ପାଇଁ ଜିତିଛନ୍ତି ନୀରଜ ଚୋପ୍ରା (Neeraj Chopra) ।
ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ (javelin throw) ଇଭେଣ୍ଟରେ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଭାରତ ପାଇଁ ଓ ନିଜଜ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ଦ୍ୱାରା ଦେଶର ୧୦୦ ବର୍ଷ ପୁରୁଣା ଅପେକ୍ଷା ଶେଷ ହୋଇଥିଲା । ନୀରଜଙ୍କ ପୂର୍ବରୁ ମିଲଖା ସିଂ ଓ ପି.ଟି. ଉଷା ଏହି ସୌଭାଗ୍ୟର ବହୁତ ନିକଟବର୍ତ୍ତୀ ହୋଇ ବି ସେଥିରୁ ବଞ୍ଚିତ ରହିଯାଇଥିଲେ । କିନ୍ତୁ ନୀରଜ ସେହି ଆଶା ପୂରଣ କରି ଆଥଲେଟିକ୍ସରେ ଦେଶକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତାଇଥିଲେ । ତାଙ୍କ ପୂର୍ବରୁ ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।