Lipsa Mishra Marriage: ବାଜିଛି ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଶାହାନାଇ। ପଡ଼ିଛି ହାତଗଣ୍ଠି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ। ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ଡପରେ ହୋଇଛି ବାହାଘର। ଅନେକ କଳାକାରଙ୍କ ସହ ଅତିଥି ରୂପେ ଯୋଗ ଦେଇଥିଲେ ଦୌଡ଼ ରାଣୀ ଦୂତି ଚାନ୍ଦ। ସୋସିଆଲ ମିଡ଼ିଆରେ ବିବାହର ଅନେକ ଫଟୋ ପୋଷ୍ଟ କରିଛନ୍ତି ଦୂତି। ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ହାତ ଧରିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ଆକାଶ ଜଣେ ମେକାନିକାଲ୍ ଇଞ୍ଜିନିୟର ଓ ମାର୍କେଟିଂରେ ଏମ୍ବିଏ କରିଛନ୍ତି। ୱେଡିଂ ପାର୍ଟିରେ ନୂଆ ପୁରୁଣା ବହୁ ଓଲିଉଡ ଷ୍ଟାର୍ ଯୋଗ ଦେଇ ଲିପ୍ସା ଓ ଆକାଶଙ୍କୁ ଆଶିର୍ବାଦ ଦେଇଥିଲେ। ନାଲି ରଙ୍ଗର କଷ୍ଟ୍ୟୁମରେ ଝଟକୁଥିଲେ ଲିପ୍ସା। ବିବାହ ମଣ୍ଡପକୁ ନାଚି ନାଚି ଆସିଥିଲେ ଲିପ୍ସା। ପୁରା ଫିଲ୍ମ ଷ୍ଟାଇଲରେ ବିବାହ କରିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ସେହିପରି ଅତିଥିଙ୍କ ମଧ୍ୟରେ ସାମିଲ ଥିଲେ ଦୌଡ଼ ରାଣୀ ଦୂତି ଚାନ୍ଦ। ସେ ମଧ୍ୟ ସୋସିଆଲ ମିଡ଼ିଆରେ ଲିପ୍ସାଙ୍କ ସହ କିଛି ଫଟୋ ପୋଷ୍ଟ କରି ବିବାହର ଶୁଭେଚ୍ଛା ଜଣାଇଥିଲେ। ଦେଖନ୍ତୁ ଏହି ଫଟୋରେ ଦୂତିଙ୍କ ସହ ଅଛନ୍ତି ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ଭୂମିକା ଦାସ। ଦୂତି ନିଜ ଫେସବୁକ ଆକାଉଣ୍ଟରେ ଲିପ୍ସାଙ୍କ ମ୍ୟାରେଜ୍ ପାର୍ଟିର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘‘ମୋ ସାଙ୍ଗ ଲିପ୍ସା ମିଶ୍ର ବିବାହ ଉତ୍ସବ। ଦୁହେଁଙ୍କୁ ବିବାହର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମାଇଁ ଡିୟର ଫ୍ରେଣ୍ଡ ଲିପ୍ସା।’’ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କ ସହ ଦୂତି। ଅର୍ଦ୍ଧେନ୍ଦୁ ସାହୁାଙ୍କ ସହ ଦୂତି ଚାନ୍ଦ। ସେହିପରି ଏହି ଫଟୋରେ ଧୂତିଙ୍କ କଥିତ ଗାର୍ଲଫ୍ରେଣ୍ଡ ମଧ୍ୟ ନଜର ଆସୁଛନ୍ତି। ସ୍ନିଗ୍ଧା ମହାନ୍ତିଙ୍କ ସହ ଦୂତି।