ପଶ୍ଚିମ ବଙ୍ଗର ଆୟେଶା ଶିଖର ଧାୱନଙ୍କଠାରୁ ଛାଡ଼ପତ୍ର ପରେ ଏକ ଲମ୍ବା ଇନଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଛନ୍ତି, ‘‘ଥରେ ଛାଡପତ୍ର ହେବା ପରେ ଲାଗୁଥିଲା ଯେ ଦ୍ୱିତୀୟ ଥର ଅନେକ କିଛି କଥା ବିପଦରେ ରହିଛି । ମୋତେ ପ୍ରମାଣ କରିବାକୁ ବହୁତ କିଛି ଅଛି । ତେଣୁ ଯେତେବେଳେ ମୋ’ର ଦ୍ୱିତୀୟ ବିବାହ ଭାଙ୍ଗିଗଲା ସେତେବେଳେ ବହୁତ ଭୟାନକ ଥିଲା ।ମୁଁ ଭାବୁଥିଲି ଛାଡପତ୍ର ଗୋଟେ ଭାରି ଖରାପ ଶବ୍ଦ, କିନ୍ତୁ ତା’ପରେ ମୋ’ର ଦୁଇ ଥର ଛାଡପତ୍ର ହୋଇଗଲା । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଛାଡପତ୍ର ଦେଲି, ମୁଁ ବହୁତ ଡରିଯାଇଥିଲି । ମୁଁ ଅନୁଭବ କରୁଥିଲି ଯେମିତି ମୁଁ ବିଫଳ ହୋଇଛି ।’’