କ୍ରିକେଟର ଋଷଭ ପନ୍ତ ହେଉଛନ୍ତି ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର। ଏହି ଭାରତୀୟ କ୍ରିକେଟରଙ୍କ ଜୀବନ ରକ୍ଷା କରିଥିବା ଲୋକଙ୍କୁ ସମ୍ମାନିତ କରିବାକୁ ଉତ୍ତରାଖଣ୍ଡ ସିଏମ ପୁଷ୍କର ଧାମି ନିକଟରେ ଘୋଷଣା କରିଥିଲେ। ଯାହା ଆଜି ପୂରଣ କରିଛନ୍ତି ସେ। ଆଜି ଗଣତନ୍ତ୍ର ଦିବସ ଅବସରରେ କାର ଦୁର୍ଘଟଣାରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ଉଦ୍ଧାର କରିଥିବା ଲୋକଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମ୍ମାନିତ କରିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟରେ,ସିଏମ ଏହି ସମସ୍ତ ଲୋକଙ୍କୁ ମଞ୍ଚକୁ ଡାକି ସେମାନଙ୍କୁ ସମ୍ମାନ ପୁରସ୍କାରରେ ପୁରସ୍କୃତ କରିଛନ୍ତି। (ANI) ୨୦୨୨ ଡିସେମ୍ବର ୩୦ରେ, ଋଷଭ ପନ୍ତ ଦିଲ୍ଲୀ-ଡେରାଡୁନ ରାଜପଥରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ହେଲେ ସେଠାରେ ଥିବା କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଦ୍ବାରା, ପନ୍ତଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। (ANI) ଯେତେବେଳେ ପନ୍ତଙ୍କ ଦୁର୍ଘଟଣା ଘଟିଲା, ସେଠାରେ ଏକ ରୋଡୱେ ବସ୍ ମଧ୍ୟ ଥିଲା। ବସର ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଗାଡି ଭିତରୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ହରିୟାଣା ରୋଡୱେ୍ର ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର ପରମଜିତଙ୍କୁ ଆଜି ସମ୍ମାନିତ କରାଯାଇଛି। (ANI) ଏହା ବ୍ୟତୀତ ଦୁର୍ଘଟଣାସ୍ଥଳରୁ ଡାକ୍ତରଖାନାକୁ ଆଣିଥିବା ରଜତ ଏବଂ ନିଶୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଉଭୟଙ୍କ ଫଟୋ ସେୟାର କରି ସାହାଯ୍ୟ କରିଥିବାରୁ ପନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପନ୍ତ ହେଉଛନ୍ତି ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର, ତେଣୁ ଯେଉଁମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ସମ୍ମାନିତ କରିବାକୁ ସରକାର ଚାହୁଁଥିଲେ। (ANI) ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଲିଗାମେଣ୍ଟ ସର୍ଜରୀ କରିଛନ୍ତି ଯେଉଁଥିପାଇଁ ସେ ଆସନ୍ତା କିଛି ମାସ ଧରି କ୍ରିକେଟ୍ ଠାରୁ ଦୂରେଇ ରହିବେ। ସେ ଚଳିତ ବର୍ଷ ଆଇପିଏଲ ଖେଳିବାକୁ ମଧ୍ୟ ସକ୍ଷମ ହେବେ ନାହିଁ।