ଯୋଗ କରୁଥିବା ବଲିଉଡ୍ ଅଭିନେତ୍ରୀମାନେ ମଲାଇକା ଅରୋଡ଼ା (Malaika Arora) ବଲିଉଡର ସବୁଠାରୁ ଫିଟ୍ ଓ ହଟ୍ ମା’ମାନଙ୍କ ମଧ୍ୟରୁ ଅନ୍ୟତମ । ୪୭ ବର୍ଷୀୟା ମଲାଇକା ଆଜିକାଲି ଅର୍ଜୁନ କପୁରଙ୍କ (Arjun Kapoor) ସହ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ତାଙ୍କର ଫିଟନେସ୍ ତାଙ୍କୁ ସର୍ବଦା ଚର୍ଚ୍ଚାରେ ରଖିଆସିଛି । କରୀନା କପୁର ଖାନ୍ (Kareena Kapoor Khan) ବି ଫିଟନେସ୍ ପ୍ରତି ଖୁବ୍ ସଚେତନ । ଦୁଇ ସନ୍ତାନର ମା’ ହୋଇଥିଲେ ବି କରୀନା ଖୁବ୍ ଫିଟ୍ ଓ ଅଳ୍ପବୟସୀ ଦେଖାଯାଆନ୍ତି । ସେ ଡିସେମ୍ବର ୨୦୧୬ରେ ନିଜ ପ୍ରଥମ ପୁତ୍ର ଓ ୨୦୨୧ରେ ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ । ଦୀପିକା ପାଦୁକୋନ (Deepika Padukone) ଯୋଗ କରିବାକୁ ଭଲ ପାଆନ୍ତି । ଏହା ତାଙ୍କ ଯୋଗ କରୁଥିବା ସମୟର ଏକ ଫଟୋ । ୪୫ ବର୍ଷୀୟା ଶିଳ୍ପା ଶେଟ୍ଟୀ କୁନ୍ଦ୍ରା (Shilpa Shetty Kundra) ପୁଅର ପ୍ରସବ ପରେ ବି ନିଜ ଓଜନ ୧ କିଲୋଗ୍ରାମ୍ ବଢ଼ାଇ ନ ଥିଲେ । ଶିଳ୍ପା ସର୍ବଦା ଜଣେ ଫିଟନେସ୍ ପ୍ରେମୀ । ସେ ଆଜି ବି ବହୁତ ଫିଟ୍ । ଏହାର ଶ୍ରେୟ ସେ ଯୋଗକୁ ଦେଇଛନ୍ତି । ଅଭିନେତ୍ରୀ ହୁମା କୁରେଶି (Huma Qureshi) ନିଜ ଘର ଭିତରେ ଯୋଗ କରୁଛନ୍ତି । ବିପାଶା ବସୁ ଯୋଗ କରିବାକୁ ଭଲ ପାଆନ୍ତି । ଏହା ତାଙ୍କ ଶରୀରରୁ ସ୍ପଷ୍ଟ ଦେଖାଯାଏ । ପରିଣିତି ଚୋପ୍ରା (Pariniti Chopra) ଯୋଗ କରୁଛନ୍ତି । ସେ ଯୋଗ କରିବାକୁ ଭଲ ପାଆନ୍ତି । ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ (Jacqueline Fernandes) ବି ଯୋଗ କରିବାକୁ ଭଲ ପାଆନ୍ତି । ତାଙ୍କୁ ଅନେକ ସମୟରେ ଯୋଗ କରୁଥିବା ଦେଖାଯାଏ । ଆଲିଆ ଭଟ୍ଟ (Alia Bhatt) ନିଜ ଭଉଣୀଙ୍କ ସହ ଯୋଗ କରୁଥିବା ନଜର ଆସିଛନ୍ତି । ନର୍ଗିସ୍ ଫାଖ୍ରି (Narghis Faqri) ମଧ୍ୟ ଫିଟ୍ ରହିବାକୁ ଯୋଗାସନ କରିବାକୁ ପସନ୍ଦ କରନ୍ତି । (ସବୁ ଫଟୋ: ଇନଷ୍ଟାଗ୍ରାମ୍)