News 18 Odia Digital ଭୁବନେଶ୍ୱର; ହକି ବିଶ୍ୱକପ ୨୦୨୩ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରିଛି ଆର୍ଜେଣ୍ଟିନା । ବିଶ୍ୱକପର ପ୍ରଥମ ମ୍ୟାଚରେ ବିଜୟର ଟୀକା ପିନ୍ଧିଛି ଆରଜେଣ୍ଟିନା ଟିମ । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ମଧ୍ୟ ତୃତୀୟ ଅଧକରେ ଆର୍ଜେଣ୍ଟିନା ଦଳ ସାଉଦ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା । ପରବର୍ତ୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ । ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି ।