ବିରାଟ କୋହଲି (Virat Kohli) ଓ ଅନୁଷ୍କା ଶର୍ମା (Snushka Sharma) ସୋସିଆଲ୍ ମିଡି଼ଆରେ ଚର୍ଚ୍ଚାରେ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡର ଡରହାମ୍ ଓ ନଟିଂହାମ୍ ବୁଲି ଦେଖୁଥିଲେ ଓ ସେଠାରୁ ନିଜ ଫଟୋ ବି ଶେୟାର୍ କରୁଥିଲେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଓ ଝିଅ ଭାମିକା ସହ ସମୟ ବିତାଉଥିଲେ ।
ବିରାଟ ଓ ଅନୁଷ୍କାଙ୍କ ପ୍ରଶଂସକମାନେ ସେମାନଙ୍କର ଇଂଲଣ୍ଡରୁ ଶେୟାର ହୋଇଥିବା ଫଟୋଗୁଡ଼ିକୁ ଦେଖି ଖୁବ୍ ପ୍ରଭାବିତ ହୋଇଥିଲେ । ଅନୁଷ୍କା ଶର୍ମା ନିଜର କିଛି ଫଟୋ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଶେୟାର୍ କରିଥିଲେ । ସେ ଏହି ଫଟୋଗୁଡ଼ିକର କ୍ରେଡିଟ୍ ନ ଦେଇ ଶେୟାର୍ କରିଥିଲେ । ଏହା ପରେ ବିରାଟ କୋହଲି ତାଙ୍କୁ ପଚାରିଥିଲେ, ‘‘ଏହି ଫଟୋଗୁଡ଼ିକ କିଏ ଉଠେଇଛି?’’
ପୂର୍ବରୁ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଦୁଇଟି ଫଟୋ ଶେୟାର୍ କରିଥିଲେ । ତେବେ ସେ ଅନୁଷ୍କା ଶର୍ମାଙ୍କୁ ଏହି ଫଟୋଗୁଡ଼ିକର କ୍ରେଡିଟ୍ (ଶ୍ରେୟ) ଦେଇଥିଲେ । ଆଜିକାଲି ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡରେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳି ଓ ସେମାନଙ୍କ ପରିବାରଙ୍କ ସହ ସମୟ ଉପଭୋଗ କରୁଛନ୍ତି । (ସବୁ ଫଟୋ ସୌଜନ୍ୟ: ବିରାଟ-ଅନୁଷ୍କା / ଇନଷ୍ଟାଗ୍ରାମ)