ଭଦ୍ରକରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ସଙ୍ଗୀତା । ତା’ ସହ ସେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲେ । ପହିଲି ରଜ ଦିନ ଅପରାହ୍ହ୍ଣରେ ସଙ୍ଗୀତା ଖାଇ ପିଇ ନିଜ ରୁମରେ ଥିଲେ । ସନ୍ଧ୍ୟାରେ ଭିତର ପଟୁ ସେ କବାଟ ନ ଖୋଲିବାରୁ ତାଙ୍କ ଘର ମାଲିକଙ୍କ ସନ୍ଦେହ ହୋଇଥିଲା । ଯେତେ ଡାକ ପକାଇଲେ ବି ଭିତରୁ ସେ କବାଟ ଖୋଲି ନ ଥିଲେ । ସ୍କାଇଲାଇଟ୍ ବାଟେ ଦେଖିବା ବେଳକୁ ଫ୍ୟାନରେ ଓଢ଼ଣୀରେ ତାଙ୍କ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।