ମୋବାଇଲ୍ ଫୋନ୍ ଚୋରି କରୁଥିବା ବେଳେ ଧରାପଡ଼ି ହିନସ୍ତା ହୋଇଛନ୍ତି ଜଣେ ମହିଳା l ଅଭିଯୋଗ ଅନୁସାରେ ଭୁବନେଶ୍ୱରର ଏନ୍-୪ ଅଞ୍ଚଳରେ ହରିହର ସାହୁଙ୍କ ଘରେ ପଶି ତାଙ୍କ ମୋବାଇଲ୍ ଫୋନ୍ ସେ ଚୋରି କରୁଥିଲେ । ଅଜଣା ମହିଳା ଜଣଙ୍କୁ ଘର ଭିତରେ ପଶି ତାଙ୍କ ମୋବାଇଲ୍ ଫୋନ୍ ହାତରେ ଧରିଥିବା ଦେଖି ହରିହର ସାହୁ ବାହାର ପଟୁ ତାଲା ପକାଇ ଦେଇଥିଲେ ଓ ପୋଲିସକୁ ଫୋନ୍ କରିଥିଲେ । ଗୋଟିଏ ପୋଲିସ ଟିମ୍ ପାଖାପାଖି ୧୫ ମିନିଟ୍ ପରେ ସେଠାରେ ପହଞ୍ଚିଥିଲା । ମହିଳା ଜଣକ ହରିହର ସାହୁ ଓ ପୋଲିସ୍ କର୍ମୀଙ୍କ ପାଦ ଧରି ତାଙ୍କୁ ଛାଡ଼ିଦେବାକୁ ବହୁତ କାକୁତି ମିନତି ହୋଇଥିଲେ । ହେଲେ ପୋଲିସ ତାଙ୍କୁ ଥାନାକୁ ନେଇଯାଇଥିଲା । ଏହି ମହିଳାଙ୍କୁ ପୋଲିସ୍ କର୍ମୀ ଓ ଲୋକେ ତାଙ୍କ ବିଷୟରେ ପଚାରିବାରୁ ସେ ଆଦୌ କିଛି କହୁ ନ ଥିଲେ । ପୋଲିସ ମହିଳାଙ୍କୁ ଥାନାରେ ଅଟକ ରଖି ତାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲା । ତାଙ୍କ ନାମ ପ୍ରିୟଙ୍କା ନାୟକ, ବୟସ ୨୧ ବର୍ଷ, ଘର କଟକ ଛକ୍ର ବଜାରର କେନାଲ୍ ରୋଡ଼ ବୋଲି ପୋଲିସ ଜାଣି ପାରିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜେଲ୍କୁ ପଠାଇଦିଆଯାଇଛି ।