ବାଲେଶ୍ୱର ଜିଲ୍ଲାର ସୋର ନିକଟସ୍ଥ ଦହିପୁର ବେତଗଡ଼ିଆରେ ଏକ ନିଛାଟିଆ ବିଲ ମଝିରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତ ଦେହ ମିଳିଛି । ମୃତ ଦେହଟିକୁ କୁଟା ଗଦା ଭିତରେ ରଖାଯାଇଥିଲା ଓ ଏହା ଉଲଗ୍ନ ଥିବା ଦେଖାଯାଇଥିଲା । ମୃତା ଯୁବତୀଙ୍କ ଗୋଡ଼ରେ ଶାଢ଼ୀ ଗୋଡ଼ାଇ ହୋଇଥିବା ଦେଖାଯାଇଥିଲା । ମୃତ ଦେହ ନିକଟରେ ଭଙ୍ଗା ମଦ ବୋତଲ, ଏକ ବିଷ ବୋତଲ ଓ ଏକ ଗାମୁଛା ପଡ଼ିଥିବା ଦେଖାଯାଇଥିଲା । ଖବର ପାଇ ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ ।