Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
  • Games
Just in
ଟିମ୍ ଇଣ୍ଡିଆ ଭୟଭୀତ ଥିଲା ତେଣୁ ଟେଷ୍ଟରେ ଟର୍ଣ୍ଣିଙ୍ଗ ଟ୍ରାକ୍ ପ୍ରସ୍ତୁତ କଲା: ଅଖତରମୌନି ରାୟ ବ୍ଲାକ ବିକିନିରେ ହଇଚଇ ସୃଷ୍ଟି କଲେ; ଭାଇରାଲ ହେଉଛି ତାଙ୍କର ଗୋଆ PICS
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ବଲାଙ୍ଗିର: ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ପଛରେ ପୋତାହୋଇ ଥିବା ଗୁପ୍ତ ଧନ ନ ଥିଲା ତ?

ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତରେ ପୋଲିସକୁ ସେହି ଘର ଭିତରେ ଖୋଳାଯାଇଥିବା ଅଢେଇ ଫୁଟର ଏକ ଗାତ ଓ ଦୁଇଟି ଅଲଗା ବାଇକ୍ ଚାବି ମିଳିବା ପରେ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା ବଢ଼ିଛି ।

News18 Odia | News18 Odia | November 15, 2020, 1:04 AM IST
1/ 14
 ଗୋଟିଏ ପରିବାରର ଛଅ ଜଣ ଲୋକଙ୍କ ନିର୍ମମ ହତ୍ୟା ଘଟଣାକୁ ଚାରି ଦିନ ବିତିଯିବା ପରେ ବି ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟି ନାହିଁ । ଏହି ଜଘନ୍ୟ ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଘଟିଥିଲା ।

ଗୋଟିଏ ପରିବାରର ଛଅ ଜଣ ଲୋକଙ୍କ ନିର୍ମମ ହତ୍ୟା ଘଟଣାକୁ ଚାରି ଦିନ ବିତିଯିବା ପରେ ବି ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟି ନାହିଁ । ଏହି ଜଘନ୍ୟ ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଘଟିଥିଲା ।

2/ 14
 ନଭେମ୍ବର ୧୧ ତାରିଖ ଦିନ କୁସମପଡ଼ାର ବୁଲୁ ଜାନୀଙ୍କ ଘରୁ ଛଅଟି ମୃତ ଦେହ ମିଳିଥିଲା । ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ସେମାନେ ହେଲେ ବୁଲୁ ଜାନୀ (୫୦), ତାଙ୍କ ସ୍ତ୍ରୀ ଜ୍ୟୋତି (୪୮) ଓ ସେମାନଙ୍କ ପିଲାମାନେ – ସରିତା (୧୨), ବିଦ୍ୟା (୫), ଶ୍ରୀୟା (୩) ଓ ସଞ୍ଜୀବ (୨) ।

3/ 14
 ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ପୋଲିସ ସନ୍ଦେହରେ ସଅଁରାପଡ଼ାର ମୋଟ ଚାରି ଜଣ ଲୋକଙ୍କୁ – ଶିବା, ଭୋଳା, ବବଲୁ ଜାନି ଓ ସୁରେଶ ମାଝୀ – ଅଟକ ରଖି ଜେରା କରୁଛି ।

ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ପୋଲିସ ସନ୍ଦେହରେ ସଅଁରାପଡ଼ାର ମୋଟ ଚାରି ଜଣ ଲୋକଙ୍କୁ – ଶିବା, ଭୋଳା, ବବଲୁ ଜାନି ଓ ସୁରେଶ ମାଝୀ – ଅଟକ ରଖି ଜେରା କରୁଛି ।

4/ 14
 ସେମାନେ କେହି ହତ୍ୟାକାଣ୍ଡ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । କେବଳ ହତ୍ୟାକାଣ୍ଡ ପଛରେ ସେମାନଙ୍କ ସଂପୃକ୍ତି ନାହିଁ ବୋଲି କହୁଛନ୍ତି ।

ସେମାନେ କେହି ହତ୍ୟାକାଣ୍ଡ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । କେବଳ ହତ୍ୟାକାଣ୍ଡ ପଛରେ ସେମାନଙ୍କ ସଂପୃକ୍ତି ନାହିଁ ବୋଲି କହୁଛନ୍ତି ।

5/ 14
 ହେଲେ ପୋଲିସର ତଦନ୍ତରେ ସେହି ଘର ଭିତରେ ଖୋଳାଯାଇଥିବା ଅଢେଇ ଫୁଟର ଏକ ଗାତ ଓ ଦୁଇଟି ଅଲଗା ବାଇକ୍ ଚାବି ମିଳିବା ପରେ ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶା ବଢ଼ିଛି ।

ହେଲେ ପୋଲିସର ତଦନ୍ତରେ ସେହି ଘର ଭିତରେ ଖୋଳାଯାଇଥିବା ଅଢେଇ ଫୁଟର ଏକ ଗାତ ଓ ଦୁଇଟି ଅଲଗା ବାଇକ୍ ଚାବି ମିଳିବା ପରେ ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶା ବଢ଼ିଛି ।

6/ 14
 ମୃତ ଗୃହସ୍ୱାମୀ ବୁଲୁ ଜାନିଙ୍କ ଘର ଭିତରେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ପୋଲିସ ଦେଖିବାକୁ ପାଇଛି ଯେ ହତ୍ୟାକାଣ୍ଡ ସ୍ଥଳରେ ଏକ ଅଢେଇ ଫୁଟର ଗାତ ରହିଛି ।

ମୃତ ଗୃହସ୍ୱାମୀ ବୁଲୁ ଜାନିଙ୍କ ଘର ଭିତରେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ପୋଲିସ ଦେଖିବାକୁ ପାଇଛି ଯେ ହତ୍ୟାକାଣ୍ଡ ସ୍ଥଳରେ ଏକ ଅଢେଇ ଫୁଟର ଗାତ ରହିଛି ।

7/ 14
 ଘର ଭିତରୁ ମିଳିଥିବା ଦୁଇଟି ବାଇକର ଚାବିଗୁଡ଼ିକ ଘରେ ଥିବା କୌଣସି ବାଇକର ନୁହେଁ ବୋଲି ଜଣାପଡ଼ିଛି ।

ଘର ଭିତରୁ ମିଳିଥିବା ଦୁଇଟି ବାଇକର ଚାବିଗୁଡ଼ିକ ଘରେ ଥିବା କୌଣସି ବାଇକର ନୁହେଁ ବୋଲି ଜଣାପଡ଼ିଛି ।

8/ 14
 ଘର ଭିତରେ ଥିବା ବାଇକର ପେଟ୍ରୋଲ ପାଇପକୁ ଏକ ବ୍ଲେଡରେ କଟାଯାଇଥିବା ଜଣାପଡ଼ିଛି । ଘର ବାହାରେ ଏକ ପେଟ୍ରୋଲ ବୋତଲ ପଡ଼ିଥିବା ପୋଲିସ ଦେଖିବାକୁ ପାଇଛି ।

ଘର ଭିତରେ ଥିବା ବାଇକର ପେଟ୍ରୋଲ ପାଇପକୁ ଏକ ବ୍ଲେଡରେ କଟାଯାଇଥିବା ଜଣାପଡ଼ିଛି । ଘର ବାହାରେ ଏକ ପେଟ୍ରୋଲ ବୋତଲ ପଡ଼ିଥିବା ପୋଲିସ ଦେଖିବାକୁ ପାଇଛି ।

9/ 14
 ଏ ସବୁ ସୁରାକରୁ ପୋଲିସ ଠଉରାଉଛି ଯେ ଘର ଭିତରେ କିଛି ଗୁପ୍ତ ଧନ ବା ଚୋରି ଜିନିଷ ପୋତା ହୋଇ ରଖାଯାଇଥିଲା । ତାକୁ ନେଇ ହତ୍ୟାକାରୀଙ୍କ ସହ ବୁଲୁ ଜାନିର ବିବାଦ ଥାଇପାରେ । ସେହି କାରଣରୁ ବୁଲୁ ଜାନି ଓ ତା’ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ କେହି ହତ୍ୟା କରିଥାଇପାରେ । ତେବେ ଏ ସମ୍ପର୍କରେ ପୋଲିସକୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିପାରିନାହିଁ ।

10/ 14
 ହତ୍ୟାକାଣ୍ଡ ପରେ ବୁଲୁ ଜାନିଙ୍କ ପାଞ୍ଚ ଜଣ ପୁଅ ପାଟଣାଗଡ଼ ଫେରିବା ପରେ ଶବ ବ୍ୟବଚ୍ଛେଦ କରାଇଥିଲେ ।

ହତ୍ୟାକାଣ୍ଡ ପରେ ବୁଲୁ ଜାନିଙ୍କ ପାଞ୍ଚ ଜଣ ପୁଅ ପାଟଣାଗଡ଼ ଫେରିବା ପରେ ଶବ ବ୍ୟବଚ୍ଛେଦ କରାଇଥିଲେ ।

11/ 14
 କିନ୍ତୁ ଶବ ସଂସ୍କାର ପରେ ପାଞ୍ଚ ପୁଅ ଓ ତାଙ୍କ ପରିବାର ସେହି ଘରକୁ ଯାଇଥିଲେ ବି ଘରର ବୀଭତ୍ସ ଦୃଶ୍ୟ ଦେଖି ସେଠାରେ ରହିବା ପାଇଁ ସାହସ ଜୁଟାଇ ପାରି ନ ଥିଲେ ।

କିନ୍ତୁ ଶବ ସଂସ୍କାର ପରେ ପାଞ୍ଚ ପୁଅ ଓ ତାଙ୍କ ପରିବାର ସେହି ଘରକୁ ଯାଇଥିଲେ ବି ଘରର ବୀଭତ୍ସ ଦୃଶ୍ୟ ଦେଖି ସେଠାରେ ରହିବା ପାଇଁ ସାହସ ଜୁଟାଇ ପାରି ନ ଥିଲେ ।

12/ 14
 ପାଞ୍ଚ ଜଣ ଯାକ ପୁଅ ଏବେ ନିଜ ପରିବାର ଧରି ପାଟଣାଗଡ଼ ଥାନାରେ ଆଶ୍ରୟ ନେଇଛନ୍ତି ।

ପାଞ୍ଚ ଜଣ ଯାକ ପୁଅ ଏବେ ନିଜ ପରିବାର ଧରି ପାଟଣାଗଡ଼ ଥାନାରେ ଆଶ୍ରୟ ନେଇଛନ୍ତି ।

13/ 14
 ଏବେ ବୁଲୁ ଜାନିଙ୍କ ଘର ଆଗରେ ପୋଲିସ ପଇଁତରା ମାରୁଛି । ଘର ଭିତରକୁ କାହାରିକୁ ଛଡ଼ାଯାଉ ନାହିଁ ।

ଏବେ ବୁଲୁ ଜାନିଙ୍କ ଘର ଆଗରେ ପୋଲିସ ପଇଁତରା ମାରୁଛି । ଘର ଭିତରକୁ କାହାରିକୁ ଛଡ଼ାଯାଉ ନାହିଁ ।

14/ 14
 ପୋଲିସ କୁକୁର ସହାୟତାରେ ଓ ଫରେନସିକ ଯାଞ୍ଚ ଟିମ ସହଯୋଗରେ ତଦନ୍ତକୁ ଆଗକୁ ବଢ଼ାଇବାକୁ ଉଦ୍ୟମ ଜାରି ରଖିଛି ।

ପୋଲିସ କୁକୁର ସହାୟତାରେ ଓ ଫରେନସିକ ଯାଞ୍ଚ ଟିମ ସହଯୋଗରେ ତଦନ୍ତକୁ ଆଗକୁ ବଢ଼ାଇବାକୁ ଉଦ୍ୟମ ଜାରି ରଖିଛି ।

ଚ଼ର୍ଚ୍ଚିତ ଖବର

  • IND vs ENG: ଟିମ୍ ଇଣ୍ଡିଆ ଭୟଭୀତ ଥିଲା ତେଣୁ ତୃତୀୟ ଟେଷ୍ଟରେ ଟର୍ଣ୍ଣିଙ୍ଗ ଟ୍ରାକ୍ ପ୍ରସ୍ତୁତ କଲା: ଶୋଏବ ଅଖତର
  • ବର୍ତ୍ତମାନ ଘରେ ବସି PF ଆକାଉଣ୍ଟକୁ ଅନଲାଇନରେ କରନ୍ତୁ ଟ୍ରାନ୍ସଫର; EPFO କହିଲା ପୂରା ପ୍ରୋସେସ ...
  • ଶୀଘ୍ର ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ; ସରକାର ହ୍ରାସ କରିପାରନ୍ତି ଟିକସ: ରିପୋର୍ଟ
  • ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ୧୯ ବର୍ଷ ପରେ ହାଇ କୋର୍ଟରେ ମାମଲାରେ ପୂର୍ଣ୍ଣଛେଦ ପଡ଼ିଲା; ରହିଗଲା ପ୍ରଶ୍ନ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ଟିମ୍ ଇଣ୍ଡିଆ ଭୟଭୀତ ଥିଲା ତେଣୁ ଟେଷ୍ଟରେ ଟର୍ଣ୍ଣିଙ୍ଗ ଟ୍ରାକ୍ ପ୍ରସ୍ତୁତ କଲା: ଅଖତର
  • ମୌନି ରାୟ ବ୍ଲାକ ବିକିନିରେ ହଇଚଇ ସୃଷ୍ଟି କଲେ; ଭାଇରାଲ ହେଉଛି ତାଙ୍କର ଗୋଆ PICS
  • ବର୍ତ୍ତମାନ ଘରେ ବସି PF ଆକାଉଣ୍ଟକୁ ଅନଲାଇନରେ କରନ୍ତୁ ଟ୍ରାନ୍ସଫର; ଜାଣନ୍ତୁ ପ୍ରୋସେସ..
  • ଶୀଘ୍ର ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ; ସରକାର ହ୍ରାସ କରିପାରନ୍ତି ଟିକସ: ରିପୋର୍ଟ
  • ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ୧୯ ବର୍ଷ ପରେ HCରେ ମାମଲା ଶେଷ ହେଲା; ରହିଗଲା ପ୍ରଶ୍ନ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES