ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାମକୃଷ୍ଣ ରଥ କହିଥିଲେ ଯେ ଅନୁଭବଙ୍କ ତରଫରୁ ଦିଆଯାଇଥିବା ପିଟିସନରେ କୁହାଯାଇଥିଲା ଯେ ବର୍ଷା ଶୁଣାଣି ପାଇଁ ଆସୁ ନ ଥିବାରୁ ତାଙ୍କୁ ବାଦ୍ ଦେଇ (ଅର୍ଥାତ୍ ଏକ୍ସ-ପାର୍ଟି କରି) କୋର୍ଟ ରାୟ ଦିଅନ୍ତୁ । ମାତ୍ର ବର୍ଷା ଶୁଣାଣି ପାଇଁ ଆସିବା ପରେ ଅନୁଭବଙ୍କ ପକ୍ଷରୁ ସେହି ପିଟିସନକୁ ଆଉ ଆଗତ କରାଗଲା ନାହିଁ ।