ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀରେ ପହଞ୍ଚି ପ୍ରଥମେ ଗାଦୀର ମୁଖ୍ୟ ମନ୍ଦିର ତଥା ଗାଦୀମନ୍ଦିର ଯାଇ ଶୂନ୍ୟ ମହାପ୍ରଭୁଙ୍କୁ ଆଶିଷ ଭିକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ପରେ କୌପୁନୀଧାରୀ ମହିମା ସମାଜର ଉପାସନା ପୀଠ ଜ୍ୟୋତୀ ମନ୍ଦିର ଚତୁଃପାର୍ଶ୍ବରେ ସାଧୁଙ୍କ ସହ ପରିକ୍ରମା କରି ଅଖଣ୍ଡ ଧୁନୀ ମନ୍ଦିର ନିକଟରେ ଭକ୍ତିପୂତ ପ୍ରଣିପାତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।
"ମହିମା ସ୍ୱାମୀଙ୍କ ସମୟରୁ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ ୧୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପାଳିତ ହୋଇ ଆସୁଛି ଯୋରନ୍ଦା ମାଘ ମେଳା। ଏପରିକି ତାଙ୍କର ପ୍ରମୁଖ ଶିଷ୍ୟ ସନ୍ଥକବି ଭିମଭୋଇଙ୍କ ରଚନା ସାହିତ୍ୟ ମାଧ୍ୟମରେ ସମାଜର ବଞ୍ଚିତ ବର୍ଗଙ୍କୁ ଏକଜୁଟ କରିବାରେ ଓ ସମାଜରେ ପରିବର୍ତ୍ତନ ଆଣିବାରେ ଏହା ଏକ ଅନନ୍ୟ ପରମ୍ପରା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଏହି ଅବସରରେ ଜଣେ ଅନୁଯୟୀ ଭାବରେ ମାଘମେଳାକୁ ଆସିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ସୌଭାଗ୍ୟବାନ ମନେ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।"
"ମହିମା ଧର୍ମ ଓଡିଶାର ନିଜସ୍ୱ ଓ ଅନନ୍ୟ ଧର୍ମ। ସନ୍ଥକବି ଭିମଭୋଇଙ୍କ କବିତା "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ " ଏହି ମହାନ ବାର୍ତ୍ତା ଏବେ ଢେଙ୍କାନାଳ ଯୋରନ୍ଦା ମହିମାଗାଦୀରୁ ସମଗ୍ର ବିଶ୍ୱକୁ ବ୍ୟାପ୍ତ ହୋଇଛି। ଯୋରନ୍ଦା ମାଘ ମେଳା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁବାର ଗସ୍ତ ମାଘମେଳାକୁ ଆହୁରି ରୁଦ୍ଧିମନ୍ତ କରିଛି ବୋଲି କହିଛନ୍ତି ଯୋରନ୍ଦା ମହିଗାଦୀର ସାଧୁ।"