ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ଆପଣଙ୍କ ଦରମା ସମ୍ପର୍କୀୟ ଏହି ନିୟମଗୁଡ଼ିକ ଏପ୍ରିଲରୁ ବଦଳିଯିବ; ଅନେକ ପ୍ରଭାବିତ ହେବେ
ଏହି ନୂଆ ନିୟମଗୁଡ଼ିକ ଯୋଗୁଁ କର୍ମଚାରୀମାନଙ୍କ ସ୍ୟାଲାରୀ ସ୍ଲିପ୍, ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଗ୍ରାଚ୍ୟୁଇଟି ଓ ହାତକୁ ଆସୁଥିବା ଦରମା ବି ବଦଳିଯିବ । PFର ଅବଦାନ ବୃଦ୍ଧି ଓ ଗ୍ରାଚ୍ୟୁଇଟିର ପରିମାଣ ବୃଦ୍ଧି ହେଉଥିବାରୁ କମ୍ପାନୀଗୁଡ଼ିକର ଖର୍ଚ୍ଚ ବୃଦ୍ଧି ପାଇବ ।
1/ 4

ଏପ୍ରିଲ୍ ମାସରୁ କର୍ମଚାରୀମାନଙ୍କ ଦରମା, ପିଏଫ୍ ଓ ଗ୍ରାଚ୍ୟୁଇଟି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ କମ୍ପେନସେସନ୍ (କ୍ଷତିପୂରଣ) ନିୟମ ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସେହି କାରଣରୁ କମ୍ପାନୀଗୁଡ଼ିକର ବାଲାନ୍ସ ସିଟରେ ପରିବର୍ତ୍ତନ ଦେଖାଯିବ ।
2/ 4

ଏହି ନୂଆ ନିୟମଗୁଡ଼ିକ ଯୋଗୁଁ କର୍ମଚାରୀମାନଙ୍କ ସ୍ୟାଲାରୀ ସ୍ଲିପ୍, ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଗ୍ରାଚ୍ୟୁଇଟି ଓ ହାତକୁ ଆସୁଥିବା ଦରମା ବି ବଦଳିଯିବ ।
3/ 4

ଏହି ନିୟମଗୁଡ଼ିକ ଗତ ବର୍ଷ ସଂସଦ ଦ୍ୱାରା ପାସ୍ ହୋଇଥିବା ୱେଜ୍ କୋଡ଼ର ଏକ ଅଂଶ । ଦରମା ସ୍କେଲର ଏକ ନୂଆ ସଂଜ୍ଞା ଆସନ୍ତା ଆର୍ଥିକ ବର୍ଷରୁ ଆରମ୍ଭ ହେବାକୁ ଯାଉଛି । ନୂଆ ନିୟମରେ ଭତ୍ତାର (ଆଲାଓନ୍ସର) ସୀମା ସ୍ଥିର କରାଯାଇଛି । ଏହା ମୋ’ଟ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ।