ଏହି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀମାନେ ଆଜି ପର୍ଯ୍ୟନ୍ତ ପରଦା ଉପରେ kiss କରିନାହାଁନ୍ତି
ବଲିଉଡରେ ଏମିତି କେତେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପରଦା ଉପରେ ଚୁମ୍ବନ (onscreen kiss) ଉପରେ ଏକ ଦୃଢ଼ ବ୍ୟକ୍ତିଗତ ନୀତି ଜାରି ରଖିଛନ୍ତି । ସେମାନେ ଫିଲ୍ମ କରିବା ପୂର୍ବରୁ ନିର୍ମାତାଙ୍କୁ ଏହି ନୀତି ବିଷୟରେ ଜଣେଇଦିଅନ୍ତି ।

ଗୋଟେ ସମୟ ଥିଲା ଯେତେବେଳେ ବଲିଉଡରେ ବୋଲ୍ଡ ଦୃଶ୍ୟ ଥିଲା, କିନ୍ତୁ ଧୀରେ ଧୀରେ ବଲିଉଡର ପଦ୍ଧତି ବଦଳିଗଲା । ଏମିତି କେତେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନସ୍କ୍ରିନ୍ ଚୁମ୍ବନ ନ କରିବାକୁ ଏକ ନିୟମ କରିଛନ୍ତି । ଆସନ୍ତୁ ଜାଣିବା ସେହି ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ।

ଏମିତି ଅଭିନେତାଙ୍କ ମଧ୍ୟରେ ସବୁ ଠୁ ଆଗରେ ଅଛନ୍ତି ସଲମାନ ଖାନ୍ (Salman Khan)। ତାଙ୍କର ପ୍ରାୟ ୩୦ ବର୍ଷର ଅଭିନୟ କରିଅରରେ ସଲମାନ ଖାନ୍ ଆଜି ପର୍ଯ୍ୟନ୍ତ ପରଦା ଉପରେ କିସ୍ କରିନାହାଁନ୍ତି । ଏପରି ଅନେକ ଘଟଣା ରହିଛି ଯେତେବେଳେ ତାଙ୍କୁ କିସ୍ କରିବାକୁ କୁହାଯାଇଥିଲା, କିନ୍ତୁ ସେ କେବେ ନିଜ ଚୁମ୍ବନ ନୀତିକୁ ଭାଙ୍ଗି ନ ଥିଲେ। ଯେତେବେଳେ ସଲମାନଙ୍କୁ ଏ ବିଷୟରେ ପଚରାଯାଏ, ସେ କୁହନ୍ତି ଯେ ସେ ଏପରି ଦୃଶ୍ୟ କରିବାକୁ ଚାହାଁନ୍ତି ଯାହା ସେ ନିଜ ସାଧାରଣ ଜୀବନରେ ସମସ୍ତଙ୍କ ସାମ୍ନାରେ କରିପାରିବେ । କୋଠରୀର ଦ୍ୱାର ବନ୍ଦ କରି କରାଯାଉଥିବା ଦୃଶ୍ୟ ବି ସେ ପରଦା ଉପରେ ଦେଖାଇବାକୁ ଚାହାଁନ୍ତି ନାହିଁ ।

ସୋନାକ୍ଷୀ ସିହ୍ନା (Sonakshi Sinha) ବି ଏମିତି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ ପରଦାରେ କାହାକୁ ଚୁମ୍ବନ ନ କରିବା ନୀତିରେ ଦସ୍ତଖତ କରିଛନ୍ତି ।

ଆସିନ୍ ବି ଏମିତି ଜଣେ ଅଭିନେତ୍ରୀ । ସେ ପରଦା ଉପରେ କେବେ ଚୁମ୍ବନ କରିନାହାଁନ୍ତି । ଆଗକୁ ବି ସେ ଏହି ନୀତି ଜାରି ରଖିବାକୁ ଚାହାଁନ୍ତି ।