ଲିଙ୍ଗରାଜଙ୍କୁ ଦର୍ଶନ କରି ଆନନ୍ଦ ଲାଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆରେ ରାଷ୍ଟ୍ରପତି ଭାବେ ବଡୁ ନିଯୋଗ ସମିତିର ଭିଭିଆଇପି ବୁକକେ ଦସ୍ତଖତ କରିଛନ୍ତି। ଆଜି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ଯରେ ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ଦିବ୍ୟ ଆନନ୍ଦ ଲାଭ କରୁଛି...ଲିଙ୍ଗରାଜଙ୍କ ଦର୍ଶନ ପରେ ରାଷ୍ଚ୍ରପତି.. ଲିଙ୍ଗରାଜ ଦର୍ଶନ ପରେ ଓଡ଼ିଆରେ ଏକ ବିବୃତ୍ତିରେ ଦସ୍ତଖତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କ ଦର୍ଶନ ପରେ ନିଜର ଦିବ୍ୟ ଅନୁଭବକୁ ବଖାଣିଛନ୍ତି ମହାମହିମ। ଓଡ଼ିଆରେ ଦସ୍ତଖତ କରିଥିବା ଏହି ଲେଖାର ଫଟୋ ଚିତ୍ର ବର୍ତ୍ତମାନ ଚର୍ଚ୍ଚା ହେଉଛି। ଦେଶବାସୀଙ୍କ ସୁଖ. ସମୃଦ୍ଧି ତଥା ବିଶ୍ୱ କଲ୍ଯାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି । ଓଡ଼ିଆରେ ଦ୍ରୌପଦୀ ମୁର୍ମୁ , ଭାରତର ରାଷ୍ଟ୍ରପତି ଓ ତାରିଖ ଦସ୍ତଖତ କରିଛନ୍ତି। ଲିଙ୍ଗରାଜଙ୍କ ଦର୍ଶନ ପୂର୍ବରୁ ଚାଲିଚାଲି ବିନ୍ଦୁ ସାଗର ନିକଟକୁ ଯାଇଥିଲେ ରାଷ୍ଟ୍ରପତି । ଲିଙ୍ଗରାଜଙ୍କ ଦର୍ଶନ ସମୟରେ ଜଣେ ସେବାୟତଙ୍କୁ ପାଟ ବସନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ମନ୍ଦିରରେ ପ୍ରବେଶ ପରେ ପ୍ରଥମେ ସିଦ୍ଧ ଗଣେଶଙ୍କ ନିକଟରେ ପୂଜା ପରେ ଗର୍ଭ ଗୃହ ରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, କ୍ଷୀରାଭିଷେକ, ବେଲପତ୍ର, ଫୁଲ ଦେଇ ପୂଜାର୍ଚ୍ଚନା କରିଛନ୍ତି। ବଡୁ ନିଯୋଗ ସମ୍ପାଦକ କମଳା କାନ୍ତ ବଡୁ ପାଖରେ ରହି ପୂଜା କରାଇଛନ୍ତି।