News18 Odia Digital ଆନ୍ଧ୍ରପ୍ରଦେଶ ; ମୁଖ୍ୟମନ୍ତ୍ରୀ ଛୁଇଁଲେ ରାଜ୍ୟପାଳଙ୍କ ପାଦ। ସିଧାସଳଖ ତଳକୁ ନଇଁ ପାଦକୁ ଛୁଇଁଲେ । ପ୍ରଣାମ କଲେ । ଆଉ ରାଜ୍ୟପାଳ ବି ସ୍ନେହରେ ତାଙ୍କୁ ଉଠାଇ ନେଲେ, ଆଦରର ସହ କୋଳେଇ ନେଲେ । ଏ ଘଟଣାକୁ ନେଇ ଏବେ ଚାରିଆଡେ଼ ଚର୍ଚ୍ଚା । ବିଶେଷଜ୍ଞ କହୁଛନ୍ତି ଏହା ହେଉଛି ଭାରତୀୟ ଗଣତନ୍ତ୍ରର ସୁନ୍ଦରତା, ବିଶେଷତା । ଭାରତୀୟ ପରଂପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହର । ମୁଖ୍ୟମନ୍ତ୍ରୀ ଛୁଇଁଲେ ରାଜ୍ୟପାଳଙ୍କ ପାଦ। ସିଧାସଳଖ ତଳକୁ ନଇଁ ପାଦକୁ ଛୁଇଁଲେ । ପ୍ରଣାମ କଲେ । ଆଉ ରାଜ୍ୟପାଳ ବି ସ୍ନେହରେ ତାଙ୍କୁ ଉଠାଇ ନେଲେ, ଆଦରର ସହ କୋଳେଇ ନେଲେ । ଏ ଘଟଣାକୁ ନେଇ ଏବେ ଚାରିଆଡେ଼ ଚର୍ଚ୍ଚା । ବିଶେଷଜ୍ଞ କହୁଛନ୍ତି ଏହା ହେଉଛି ଭାରତୀୟ ଗଣତନ୍ତ୍ରର ସୁନ୍ଦରତା, ବିଶେଷତା । ଭାରତୀୟ ପରଂପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହର । ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବିଶ୍ବଭୂଷଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ YSR ଜଗନମୋହନ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଶ୍ବଭୂଷଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ଏହି ଅବସରରେ ଉତ୍ସବ ସ୍ଥଳରେ ବିଶ୍ବଭୂଷଣ ପହଞ୍ଚିବା ପରେ ତାଙ୍କ ପାଦ ଛୁଇଁଥିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ । ଆଉ ଅଭିଭାଷଣରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପିତା ଭଳି ଆମକୁ ମାର୍ଗଦର୍ଶନ କରିଛନ୍ତି । ନିକଟରେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ୮୮ ବର୍ଷୀୟ ବିଶ୍ବଭୂଷଣ ହରିଚନ୍ଦନ ୨୪ ଜୁଲାଇ ୨୦୧୯ରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ।