ଦୁଇ ଜଣ ଗୁଣିଆଙ୍କ କଥାରେ ପଡ଼ି ତରଭା ବ୍ଲକ୍ ନାରାୟଣପୁର ଗାଁର ନବଘନ କର୍ମୀ ଓ ତାଙ୍କ ସ୍ତ୍ରୀ ମୃତ ଶିଶୁ ପୁତ୍ରର ଶବ ସତ୍କାର କରିବା ବଦଳରେ ତା’ ଦେହରେ ହଳଦୀ ଓ ଚନ୍ଦନ ଲଗାଇ ତାକୁ ଘରେ ରଖିଥିଲେ । ଦୁଇ ଗୁଣିଆ କହିଥିଲେ ମୃତ ଶିଶୁ ୨୫ ଘଣ୍ଟାରେ ଜୀବିତ ହୋଇ ଉଠିବ । କିନ୍ତୁ କୌଣସି ଗୁଣିଆର ମନ୍ତ୍ର କାମ ଦେଲାନି ।